ଆଜି ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Nr

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ । ତେବେ ଏଭଳି ସ୍ଥିତିରେ ୪ଟି ଜିଲ୍ଲାରେ ଧୂଳିଝଡ଼, କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ  ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ୪ଟି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ।

ଏହି ଜିଲ୍ଲା ଗୁଡ଼ିକରେ ଅପରାହ୍ନ ୩ଟା ୩୦ ଯାଏ ସତର୍କ ରହିବାକୁ କୁହାଯାଇଛି । ଏହି ମସୟରେ ହାଲ୍‌କା ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ବର୍ଷା ହେବା ଦ୍ୱାରା କିଛି ଜିଲ୍ଲାକୁ ଅଳ୍ପ ମାତ୍ରାରେ ଆଶ୍ୱସ୍ତି ମିଳିବ ।

ପଢନ୍ତୁ: OMR ସିଟ୍ ଗାଏବ ପରେ ବି ପାସ ହେଲେ ପଡ଼ିଆ SSV ହାଇସ୍କୁଲର ଛାତ୍ରଛାତ୍ରୀ

Related posts

୨୦ ବର୍ଷ ପରେ ବି ମଉଳିନି ନ୍ୟାୟ ଆଶା: କଳାହାଣ୍ଡିରୁ ଯାଇ ଦିଲ୍ଲୀରେ ପହଞ୍ଚିଲେ ମା’ଝିଅ

ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ମାନସିକ ପୂରଣ ପାଇଁ ସୁନା ମୁକୁଟ ଦାନ

ପୁରୀ ଉପକୂଳ ଛାଡ଼ିଲା ମାଲେସିଆ ଜାହାଜ