ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ହୃଦ୍‌ଘାତ ଆଶଙ୍କା ବଢ଼ାଏ ମାଇଗ୍ରେନ୍‌

ମାଇଗ୍ରେନ୍‌ ବା ମୁଣ୍ଡବ୍ୟଥା ଯୋଗୁ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ। ଯଦି କୌଣସି କାରଣରୁ ବାରମ୍ବାର ମୁଣ୍ଡବ୍ୟଥା ହେଉଥାଏ, ତେବେ ଏହାର ଚିକିତ୍ସା ନେଇ ଆଦୌ ହେଳା କରିବା ଉଚିତ୍‌ ନୁହେଁ। ଖୁବ୍‌ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ମାଇଗ୍ରେନ୍‌ ଏକ ଏଭଳି ରୋଗ ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଜଟିଳ କରିଦେଇପାରେ। କିନ୍ତୁ ମାଇଗ୍ରେନ୍‌ ସମସ୍ୟାକୁ ଦୂର କରିବା ପାଇଁ କିଛି ଘରୋଇ ଉପାୟ ରହିଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟାୟାମର ଆବଶ୍ୟକତା ରହିଛି। ନିୟମିତ ବ୍ୟାୟାମ ଦ୍ୱାରା ମାଇଗ୍ରେନ୍‌ ସମସ୍ୟା କେତେକାଂଶରେ ଦୂର ହୋଇପାରିବ ବୋଲି ସଦ୍ୟତମ ଗବେଷଣାରୁ ଆମେରିକୀୟ ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଜାଣିପାରିଛନ୍ତି। ତେଣୁ ପ୍ରତିଦିନ ଅତିକମ୍‌ରେ ୪୦ ମିନିଟ୍‌ ବ୍ୟାୟାମ କରନ୍ତୁ।
  • ମାଇଗ୍ରେନ୍‌ରୁ ଉପଶମ ପାଇବା ପାଇଁ ବେକମୂଳରେ ଉଷୁମ ସେକ ଦିଅନ୍ତୁ। ଏହା ଦ୍ୱାରା ଏଭଳି ସମସ୍ୟା ସହ ଜଡ଼ିତ ଲୋକଙ୍କୁ ଆରାମ ମିଳିଥାଏ।
  • ଏଥିରୁ ଉପଶମ ପାଇବାର ଆଉ ଏକ ସହଜ ଉପାୟ ରହିଛି। ତାହା ହେଲା ଖାଦ୍ୟ। ଅଧିକ ତେଲମସଲାଯୁକ୍ତ ଖାଦ୍ୟ ନ ଖାଇବା ଭଲ। ବିଶେଷ ଭାବରେ ରାତ୍ରି ଭୋଜନରେ ହାଲ୍‌କା ଖାଦ୍ୟ ଖାଆନ୍ତୁ।
  • ନିଦ୍ରାରେ ଅସନ୍ତୁଳନ ମାଇଗ୍ରେନ୍‌ ସମସ୍ୟା ସୃଷ୍ଟି କରିଥାଏ। କାର୍ଯ୍ୟ ଅନୁସାରେ ବିଶ୍ରାମ ନ ହେଲେ ଭଲ ନିଦ ହୋଇ ନ ଥାଏ, ଯାହା ଫଳରେ ମୁଣ୍ଡ ବିନ୍ଧିଥାଏ। ଏଥିପାଇଁ ଆପଣ ଦିନକୁ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ।

 

ପଢନ୍ତୁ; ଜନ୍ମମାସ ଦ୍ୱାରା ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ? ଆସନ୍ତୁ ଜାଣିବା

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ