ଅଗଷ୍ଟ ୧୫ ରେ ପୁଣି ଦୁଇଟି ହିନ୍ଦୀ ସିନେମାଭିତରେ ହେବ ଜବରଦସ୍ତ ଟକ୍କର

ମୁହାଁମୁହିଁ ହେବେ ଅକ୍ଷୟ-ଜନ୍‌

ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ପୁଣି ଦୁଇଟି ହିନ୍ଦୀ ସିନେମାଭିତରେ ଜବରଦସ୍ତ ଟକ୍କର ହେଉଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ସତ୍ୟମେବ ଜୟତେ’ ଏବଂ ଅନ୍ୟଟି ହେଲା ‘ଗୋଲଡ’। ‘ସତ୍ୟମେବ ଜୟତେ’ ଯେଉଁ ଦିନ ରିଲିଜ୍‌ ହେଉଛି, ଠିକ୍‌ ସେହିଦିନ ଅନ୍ୟ ଏକ ଫିଲ୍ମ ‘ଗୋଲଡ’ ବି ମୁକ୍ତିଲାଭ କରୁଛି। ଏହି ସିନେମାରେ ଅକ୍ଷୟ କୁମାର ଓ ମୌନୀ ରୟ ଅଭିନୟ କରୁଛନ୍ତି।

ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏକ ଜୀବନକାହାଣୀକୁ ନେଇ ଆଧାରିତ ହୋଇଥିବାବେଳେ, ଜନ୍‍ଙ୍କ ଚଳଚ୍ଚିତ୍ର ଏକ ମନଗଢା କାହାଣୀ ଉପରେ ପ୍ରର୍ଯ୍ୟବେସିତ। ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ରରେ ଜନ୍‍ ଆବ୍ରହମଙ୍କ ସହ ମନୋଜ ବାଜପାୟୀ ଓ ଆଏଶା ଶର୍ମାଙ୍କୁ ପୋଷ୍ଟରେ ଦେଖିବାକୁ ମିଳିଛି। ଅଭିନେତା ମନୋଜ ବାଜପେୟୀଙ୍କୁ ପୁଲିସ ପୋଷାକ ପନ୍ଧିଥିବା ଦେଖିବାକୁ ମିଳିଛି। ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ରର ଟ୍ୟାଗ ଲାଇନ ରହିଛି, ‘ବେଇମାନ ମିଟେଗା, କରପ୍‌ସନ ହଟେଗା’(ଦୋଷୀ ଯିବେ, ଦୁର୍ନତି ଯିବ)।

ପଢନ୍ତୁ; ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି ଏହି ରୋମାଣ୍ଟିକ୍ ଯୋଡ଼ି

Related posts

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?

ଶିଶୁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସାଇଭଜନ !

ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନର ପ୍ରଥମ ଫଟୋ