କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ ଘଟିଛି । ୫୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ବେଙ୍ଗାଲୁରୁରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ।

ବେଙ୍ଗାଲୁର ଦକ୍ଷିଣ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ଅନନ୍ତ କୁମାର ୬ ଥର ସାଂସଦ ହେବାର ସୌଭାଗ୍ୟ ପାଇଥିଲେ । ତାଙ୍କ ମୃତୁ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଅନନ୍ତ କୁମାରଙ୍କୁ ବିଜେପିର ସମ୍ପତି ବୋଲି ଦର୍ଶାଇ ମୋଦି କହିଛନ୍ତିଯେ, ସେ ଜଣେ ଦକ୍ଷ ପ୍ରଶାସକ ଥିଲେ । କର୍ଣ୍ଣାଟକରେ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ସେ କଠିନ ପରିଶ୍ରମ କରି ଆସୁଥିଲେ ବୋଲି କହିଛନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ମେଡିକାଲରେ ନିକଟରେ ସମ୍ପର୍କୀୟଙ୍କ ଭିଡ ଜମିଥିବାବେଳେ ଅନେକ ନେତା ମଧ୍ୟ ରାତିରେ ପହଞ୍ଚିଥିଲେ । ଆଜି ସକାଳୁ ସକାଳୁ ମଧ୍ୟ ଅନେକ ବରିଷ୍ଠ ନେତା ପହଚିଂଛନ୍ତି ।

ପଢନ୍ତୁ; ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ

Related posts

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ