ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସିରିଆ ଉପରେ ମିଳିତ ଆକ୍ରମଣ

ସିରିଆରେ ମିସାଇଲ ଆକ୍ରମଣ

ସିରିଆ ଉପରେ ଆକ୍ରମଣ । ରାଜଧାନୀ ଡାମାସକ ଉପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ମିଳିତ ସେନା ଆକ୍ରମଣ କରିଥିବା ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଫଳରେ ଗତକାଲି ରାତିରେ ସିରିଆର ରାଜଧାନୀ ଡାମାସକସରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ସିରିଆ ସରକାରଙ୍କ ରାସାୟନିକ ଅସ୍ତ୍ର ପ୍ରୟୋଗ ବିରୋଧରେ କଠୋର ହେବାକୁ ନିଷ୍ପତି ନେଇଛନ୍ତି ତିନି ମିଳିତ ଶକ୍ତି ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ।

ଟ୍ରମ୍ପ କହିଛନ୍ତି ଫ୍ରାନ୍ସ ଓ ଇଂଲଣ୍ଡ ସହିତ ମିଳିତ ଭାବେ ଆମେରିକା ସିରିଆ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି । ଯେ ପର୍ଯ୍ୟନ୍ତ ସିରିଆ ରାସାୟନିକ ଅସ୍ତ୍ର ବ୍ୟବହାର , ଉତ୍ପାଦନ ଓ ପ୍ରସାର କାର୍ଯ୍ୟରୁ ବିରତ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ । କିଛି ସମୟ ପୂର୍ବରୁ ଆମେରିକା ସେନାକୁ ସିରିଆର ଏକଛତ୍ରପତି ଶାସକ ବସର ଅଲ ଅସାଦଙ୍କ ରାସାୟନିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଟ୍ରମ୍ପ ହାଇଟ ହାଉସ୍ରୁ ଏକ ଟେଲିଭିଜନ ସାକ୍ଷାତକାରରେ ଘୋଷଣା କରିଛନ୍ତି ।

ରାସାୟନିକ ଅସ୍ତ୍ର ବ୍ୟବହାର ମନୁଷ୍ୟକୃତ କାର୍ୟ୍ୟ ନୁହେଁ, ବରଂ ଏହା ରାକ୍ଷାସର କାର୍ଯ୍ୟ ବୋଲି ଟ୍ରମ୍ପ କହିଛନ୍ତି । ମିଳିତ ଶକ୍ତିଙ୍କ ଆକ୍ରମଣ ପରିପ୍ରେକ୍ଷୀରେ ଟ୍ରମ୍ପ କହିଛନ୍ତି ଯେ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ରାସାୟନିକ ଅସ୍ତ୍ରର ଉତ୍ପାଦନ, ପ୍ରସାର ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା । ଏହି ଅବସରରେ ସିରିଆର ରାଟ୍ରେପତି ଆସାଦଙ୍କ ସରକାରଙ୍କୁ ସମର୍ଥନ କରୁଥିବା ରୁଷିଆ ଓ ଇରାନକୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିଛନ୍ତି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମଧ୍ୟ ବ୍ରିଟଶ ସନ୍ୟବାହିନୀକୁ ସିରିଆର ରାସ୍ତାୟନିକ ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ପାଇଁ କ୍ଷମତା ଦିଆଯାଇଛି ବୋଲି ଘୋଷଣା କରିଛନ୍ତି । ଏହି ମିଲିଟିରା କାର୍ଯ୍ୟାନୁଷ୍ଟାନ ସିରିଆ ସରକାର ପରିବର୍ତ୍ତନ ପାଇଁ ଅଭିପ୍ରେତ ନୁହେଁ ବୋଲି ଥେରସା ସ୍ପଷ୍ଟ ଭାବେ କହିଛନ୍ତି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରନ ମଧ୍ୟ ରାସାୟନିକ ଅସ୍ତ୍ର ନଷ୍ଟ କରିବା ଅଭିଯାନରେ ଆମେରିକା ଓ ଇଂଲଣ୍ଡ ସହିତ ଫ୍ରାନ୍ସ ହାତ ମିଳାଇଥିବା ଘୋଷଣା କରିଛନ୍ତି ।

ପଢନ୍ତୁ ;

ଖରାଦିନେ ଘରେ କିପରି ପ୍ରସ୍ତୁତ କରିବେ ବାଦାମ କୁଲ୍‌ଫି ଜାଣନ୍ତୁ ?

Related posts

କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

ଆଜି ତାଳଚେରର ପ୍ରସିଦ୍ଧ ହେଙ୍ଗୁଳା ଯାତରେ ଶୁଣିବା ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ଗେଷ୍ଟହାଉସ୍