ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ହୋଇପାରେ ବ୍ରେନ କ୍ୟାନସର

ଡିଜିଟାଲ ହେବାରେ ଲାଗିଛି ଦୁନିଆ ଓ ତା ସହିତ ପାଦ ମିଶାଉଛନ୍ତି ମଣିଷମାନେ । ଯୁଆଡେ ଚାହିଁଲେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଛନ୍ତି ସ୍ମାର୍ଟଫୋନ । ଏହା ଶରୀର ପାଇଁ କ୍ଷତିକାରକ ଜାଣିଥିଲେ ସୁଦ୍ଧା କଥାଟିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଆଜିକାଲିର ଯୁବପିଢୀ । କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ , ଆଜିର ଯୁବପିଢୀ ପୂରାପୁରି ଭାବେ ସ୍ମାର୍ଟଫୋନର ନିଶାରେ ପଡି ଯାଇଛନ୍ତି । ତେବେ ବ୍ୟବହାରକାରୀମାନେ ଜାଣି ରଖନ୍ତୁ, ୩୦ ମିନିଟରୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷମାନଙ୍କ ଠାରେ ବ୍ରେନ କ୍ୟାନସର ହେବାର ଅଧିକ ଆଶଙ୍କା ଦେଖାଯାଇଥାଏ । ବିଲକୁଲ ମଜାରେ ନିଅନ୍ତୁ ନାହିଁ । ଏହା ସଂପୂର୍ଣ୍ଣ ସତ୍ୟ ।

ଆଇଆଇଟି ମୁମ୍ବାଇର ଇଲେକ୍ଟ୍ରିକାଲ ଇଂଜିନିୟରିଙ୍ଗ ବିଭାଗର ପ୍ରଫେସର ଗିରୀଶ କୁମାର ସତର୍କ କରାଇଛନ୍ତି ଯେ ୩୦ ମିନିଟରୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ରେନ କ୍ୟାନସର ହେବାର ଆଶଙ୍କା ଦେଖାଯାଇଥାଏ ।ସାଧାରଣ ଲୋକଙ୍କ ଅପେକ୍ଷା ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ରେନ କ୍ୟାନସର ହେବାର ଆଶଙ୍କା ୪୦୦ ପ୍ରତିଶତ ଅଧିକ ରହିଥାଏ । ଏହା ଛଡା ଶିଶୁମାନେ ସ୍ମାର୍ଟଫୋନ ବ୍ୟବହାର କରିବ ଅଧିକ କ୍ଷତିକାରକ । କାରଣ ଶିଶୁ ମାନଙ୍କର ମସ୍ତିଷ୍କର ଉପରିଭାଗ ନରମ ଓ ପତଳା ହୋଇଥିବାରୁ ସ୍ମାର୍ଟଫୋନରୁ ବାହାରୁଥିବା ରେଡିଏସନର ପ୍ରଭାବ ଅଧିକ ଭାବେ ପଡିଥାଏ ।

ପ୍ରଫେସର କୁମାର ସ୍ମାର୍ଟଫୋନର ବିପଦକୁ ନେଇ ଭାରତ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଆଧୁନିକ ଜ୍ଞାନକୌଶଳ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ଆମ ଜୀବନକୁ ସହଜ ଓ ସୁନ୍ଦର କରିଥାଏ । ଏଣୁ ଏହାକୁ ଦୂରେଇବା ଏକ ପ୍ରକାର ଅସମ୍ଭବ ହୋଇଯାଇଛି । ମାତ୍ର ସମୟ ଥାଉ ଥାଉ ଯଦି ସେଲଫୋନର ବ୍ୟବହାରକୁ ନେଇ ସମାଜରେ ସଚେତନ ସୃଷ୍ଟି ନକରାଯାଏ ତେବେ ଭବିଷ୍ୟତରେ ଏହାର ପରିଣାମ ଖୁବ ଭୟଙ୍କର ହେବ ।

 

ପଢନ୍ତୁ, ‘ମ୍ୟାଗି’ର ଗୁଣବତ୍ତାକୁ ନେଇ ‘ନେସ୍‌ଲେ’ ଉପରେ ପୁଣି ୬୨ ଲକ୍ଷ ଟଙ୍କା ଜରିମାନା

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ