ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ

ବେଳେ ବେଳେ ଆପଣ ଲକ୍ଷ୍ୟ କରିଥିବେ କୌଣସି ଅନ୍ୟ ଜାଗାକୁ ଯିବା ଫଳରେ ଆପଣଙ୍କୁ ରାତିରେ ଠିକସେ ନିଦ ହୁଏ ନାହିଁ । ଆଉ କିଛି ଜାଗା ଏମିତି ବି ଥାଏ ଯେଉଁଠାରେ ନିଜ ଘର ଠାରୁ ମଧ୍ୟ ଅଧିକ ସୁଖଦାୟିନୀ ନିଦ ଆସେ । କେବେ ଭାବିଛନ୍ତି ଆପଣ ଏମିତି କାହିଁକି ହୁଏ ? ଏସବୁ ବାସ୍ତୁ ପ୍ରଭାବରୁ ହୋଇଥାଏ । କେବଳ ଏତିକି ନୁହେଁ ବାସ୍ତୁଶାସ୍ତ୍ର ପ୍ରଭାବ ଅନୁସାରେ ଆପଣଙ୍କ ଶୋଇବାର ଶୈଳୀ ଓ ବିଛଣାର ପ୍ରଭାବ ଆପଣଙ୍କ ଜୀବନ ଉପରେ ମଧ୍ୟ ପଡିଥାଏ । ଏହା ଆପଣଙ୍କ ବୈବାହିକ ଜୀବନ ଓ ବିବାହ ହେବାରେ ବାଧା ମଧ୍ୟ ସୃଷ୍ଟି କରିପାରେ । ଏହା ବ୍ୟତୀତ ଆପଣଙ୍କ କ୍ୟାରିୟର ଓ ଆର୍ଥିକ ସ୍ଥିତିରେ ମଧ୍ୟ ପ୍ରଭାବ ପକାଏ ।

  • ବାସ୍ତୁଶାସ୍ତ୍ର ଅନୁସାରେ ପୁରୁଷ ଓ ନାରୀ ଉଭୟଙ୍କ ଶୋଇବା ଦିଗ ଅଲଗା ଅଲଗା ହେବା ଆବଶ୍ୟକ । ନାରୀମାନେ ଉତ୍ତର ପଶ୍ଚିମ ଦିଗ ଓ ପୁରୁଷମାନେ ପୂର୍ବ ଉତ୍ତର ଦିଗରେ ଶୋଇବା ଦରକାର । ଧ୍ୟାନ ଦେବାକୁ ପଡିବ ଯେ ବେଡ଼ଟି ଯେମିତି କୌଣସି କାନ୍ଥ ସହିତ ଲାଗି ନରହେ ।

  • ବିଛଣାକୁ ସବୁବେଳେ ସଫାସୁତର ରଖନ୍ତୁ । ବେଡର ଉପର ଓ ତଳ ମଧ୍ୟ ସଫା ରଖନ୍ତୁ । ବେଡ଼ ତଳେ କୌଣସି ଜିନିଷ ରଖନ୍ତୁ ନାହିଁ । କାରଣ ଏହା ନକରାତ୍ମକ ଶକ୍ତି ବୃଦ୍ଧି କରି ବୈବାହିକ ଜୀବନରେ ଖରାପ ପ୍ରଭାବ ପକାଏ । ବାକ୍ସବାଲା ବେଡ଼ ହୋଇଥିଲେ, ଧ୍ୟାନ ରଖନ୍ତୁ ଯେମିତି ବାକ୍ସଟି ସବୁବେଳେ ଭରିକି ରହିବ ।
  • ବେଡରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବେଡ଼ର ୪ଟି ଯାକ ଗୋଡ ତଳେ ଲୁଣ ଭରା ପାତ୍ର ରଖିଦିଅନ୍ତୁ ।

ପଢନ୍ତୁ, ବଦଳୁଥିବା ଋତୁ ସହିତ ନିଜକୁ ମଧ୍ୟ ବଦଳାନ୍ତୁ, ଏହି ଦିଗଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ