ଆସନ୍ତାକାଲି ହରିଦ୍ୱାରରେ ବିସର୍ଜିତ ହେବ ବାଜପେୟୀଙ୍କ ଅସ୍ଥି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଗତକାଲି ଅନ୍ତିମ ସଂସ୍କାର କରାଯାଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ସଂସ୍କାର ସରିଛି । ତାଙ୍କର ପାଳିତ କନ୍ୟା ନମିତା କୌଲ ଭଟ୍ଟାଚାର୍ୟ୍ୟ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ସ୍ମୃତିସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବଡବଡ ନେତା, ମନ୍ତ୍ରୀ, ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ । ତେବେ ତାଙ୍କର ଅସ୍ଥି ହରିଦ୍ୱାରରେ ବିସର୍ଜିତ ହେବ।

ଆସନ୍ତାକାଲି ଅର୍ଥାତ ରବିବାର ଦିନ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିିଛି। ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଥିବା ବ୍ରହ୍ମାକୁଣ୍ଡରେ ଅଟଳଜୀଙ୍କ ଅସ୍ଥି ବିସର୍ଜନ ପାଇଁ ଆପାତତଃ ସ୍ଥିର ହୋଇଥିବା ଓ ଏଥିରେ ହଜାର ସଂଖ୍ୟାରେ ଭାଜପା କର୍ମୀ ସାମିଲ ହେବେ ବୋଲି ଜଣାପଡ଼ିଛି। ବାଜପେୟୀଜୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇ ଉତ୍ତରାଖଣ୍ଡ ପ୍ରଦେଶ ଭାଜପା ମହାସଚିବ ନରେଶ ବନ୍‌ସଲ ହରିଦ୍ୱାରରେ ପହଞ୍ଚି ସ୍ଥାନୀୟ ନେତାମାନଙ୍କ ସହିତ ଅସ୍ଥିବିସର୍ଜନର ପ୍ରସ୍ତୁତି ନେଇ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

ପଢନ୍ତୁ;ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

Related posts

କାଶ୍ମୀର ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳଙ୍କୁ ଏୟାରପୋର୍ଟରୁ ଫେରାଇଲା ପ୍ରଶାସନ

ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ

ଏମ୍ସ ଗଲେ ରାମଦେବଙ୍କ ଘନିଷ୍ଠ ବନ୍ଧୁ ବାଳକୃଷ୍ଣ