ଖୁବ ଶୀଘ୍ର ବିଭାହ ବନ୍ଧନରେ ଆବଦ୍ଧ ହେବେ ବରୁଣ ଧୱନ

ବରୁଣ ଧୱନ ଲଙ୍ଗ୍ ଟାଇମ ଗାର୍ଲଫ୍ରେଣ୍ଡ ନତାସା ଦଲାଲଙ୍କୁ ବିବାହ କରିବା ନେଇ ଚର୍ଚ୍ଚା

ବରୁଣଙ୍କ ଜୁଡୱା-୨ ବକ୍ସ ଅଫସରେ ବଡ ସଫଳା ହାସଲ କରିଥିଲା । ବରୁଣ ଧୱନ ନିଜ କ୍ୟାରିୟରରେ ଷ୍ଟୁଡେଟଂ ଅଫ ଦ ଇୟର, ଶାହାରୁଖ୍ ଖାନଙ୍କ ସହିତ ଦିଲୱାଲେ, ହମ୍ପଟି ଶର୍ମାକି ଦୁଲହନିଆ, ବଦଲାପୁର ଭଳି ଅନେକ ହିଟ୍ ସିନେମାରେ ଅଭିନୟ କରି ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ରଖିପାରିଛନ୍ତି । ବର୍ତମାନ ବରୁଣ ଧୱନ ନିଜର ଅପକମିଙ୍ଗ ଫିଲ୍ମ ସୁଇ ଧାଗାର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ସୁଇ ଧାଗାର ଫିଲ୍ମରେ ବରୁଣ ଧୱନ ଓ ଅନୁଷ୍କା ଶର୍ମା ବଡ ପରଦାରେ ନଜର ଆସିବେ । ଏହା ପୂର୍ବରୁ ବରୁଣ ଧୱନ ନିଜର ଲଙ୍ଗ୍ ଟାଇମ ଗାର୍ଲଫ୍ରେଣ୍ଡ ନତାସା ଦଲାଲଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ବରୁଣଙ୍କ ନାଁ ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ମଧ୍ୟ ଯୋଡା ଯାଇଛି । ବରୁଣ ତାଙ୍କ ଅଭିନୟ କ୍ୟାରିୟରରେ ବଲିଉଡର ଆଗଧାଡିର ନାୟିକାମାନଙ୍କ ସହ କାମ କରିସାରିଛନ୍ତି । ବରୁଣଙ୍କ ଜଣେ ବନ୍ଧୁ ନିଜ ନାମକୁ ଗୋପନ ରଖି କହିଛନ୍ତି କି ବହୁତ ଶୀଘ୍ର ବରୁଣ ଧୱନ ବିଭାହ ବନ୍ଧନରେ ଆବଦ୍ଧ ହେବେ । ଏହି ଯୋଡି ୨୦୧୮ ମେ, କିମ୍ବା ଜୁନରେ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।


ପଢନ୍ତୁ ;

ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ

Related posts

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା