ବରୁଣ ଧାୱନ ଓ ଅନୁଷ୍କା ଶର୍ମାଙ୍କ ଫ୍ରେସ ଯୋଡ଼ି ଖୁବ ଶୀଘ୍ର ପରଦାରେ ନଜର ଆସିବ । ୟସ ରାଜ ବ୍ୟାନରର ଆଗାମୀ ସିନେମା ‘ସୁଇ ଧାଗା ମେଡ଼ ଇନ ଇଣ୍ଡିଆ’ ରେ ଏହି ଦୁଇ ଜଣ ନଜର ଆସିବେ ।
ସିନେମାର ନର୍ମାତା ହେଲେ ମନୀଷ ଶର୍ମା ଏବୋଂ ଲେଖକ ଶରତ କଙ୍କାରିଆ ଏହାର କାହାଣୀ ଲେଖୁଛନ୍ତି । ଏହି ଯୋଡି ଆଗରୁ ସୁପେରହିଟ ସିନେମା ଦମ ଲଗ।କେ ହୈସା ରେ କାମ କରିସାରିଛନ୍ତି ।
ବରୁଣ ଓ ଅନୁଷ୍କା ଉଭୟ ଏହି ସିନେମା ପାଇଁ ଏବୋଂ ପ୍ରଥମ ଥର ଏକାଠି କ।ମ କରିବା ପାଇଁ ବହୁତ ଉତ୍ସ୍ତାହିତ ଅଛନ୍ତି.
ବରୁଣ ଧାୱନ ଏନେ ତାଙ୍କର ଆଗାମୀ ସିନେମା ‘ଜୁଡ଼ୱା ୨’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ତାଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡ଼ିଜ୍ ଓ ତାପସୀ ପାନ୍ନୁ ନଜର ଆସିବେ ।
ଏହାସହ ଅନୁଷ୍କା ଶର୍ମା ତାଙ୍କ ଆଗମାୀ ସିନେମା ‘ଜବ ହ୍ୟାରି ମେଟ୍ ସେଜଲ’ କୁ ନେଇ ଖୁବ ଆଶାବାଦି ଅଛନ୍ତି । ଏହି ସିନେମାରେ ତାଙ୍କ ସହ ଶାହରୁଖ ଖାନ ନଜର ଆସିବେ ।
ସୋସିଆଲ୍ ମିଡିଆରେ ବାଦ୍ଶାହା ଶାହାରୁଖ ଖାନଙ୍କୁ ଚିଡ଼ାଇବା ପାଇଁ ଫ୍ୟାନ୍ ପଚାରଲେ ଏପରି ପ୍ରଶ୍ନ