ଏପ୍ରିଲ ୧୩ରେ ଆସିବ ବରୁଣଙ୍କ ଅକ୍ଟୋବର
ହଟ୍ ଷ୍ଟାର୍ ବରୁଣ ଧଓ୍ଵନଙ୍କ ଅଭିନୀତ ‘ଅକ୍ଟୋବର୍’ ଏଇ ଏପ୍ରିଲ ୧୩ ତାରିଖରେ ପରଦାକୁ ଆସିବ।ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ୍ ସରକାର। ଫିଲ୍ମ ଅକ୍ଟୋବର୍ ପାଇଁ ରାତିର ନିଦ ଭୁଲିଲେ ବରୁଣ । କେବଳ ସେତିକି ନୁହେଁ ବିନା ମେକଅପରେ ବିନା ଫୋନରେ ଅନେକ ଦିନ ଏହି ଫିଲ୍ମ ପାଇଁ କୁରବାନ୍ କରିଛନ୍ତି ବରୁଣ।
ଏହି ସିନେମାର ଟ୍ରେଲର୍ ରିଲିଜ୍ ହୋଇସାରିଛି। ଏହାର ଅବଧି ୨ ମିନିଟ୍ ୨୩ ସେକେଣ୍ଡ। ଏଥିରେ ଦର୍ଶକ ବରୁଣ ଧଓ୍ଵନଙ୍କୁ ଦେଖିବାକୁ ପାଇଛନ୍ତି ଏକ ଭିନ୍ନ ଅବତାରରେ। ଏଥିରେ ସେ ନିଦୁଆ ନିଦୁଆ ଆଖିରେ ଆସିଛନ୍ତି। ଏହି ଟ୍ରେଲର୍ରୁ ହିଁ ଜଣାପଡ଼ୁଛି ଯେ ବରୁଣ ଧଓ୍ଵନଙ୍କ ଅଭିନୀତ ‘ଅକ୍ଟୋବର୍’ ତାଙ୍କର ଆଗ ସିନେମା ତୁଳନାରେ ସଂପୂର୍ଣ୍ଣ ଭିନ୍ନ ହେବ। ଏକଥାକୁ ବି ନିଜେ ନିର୍ଦ୍ଦେଶକ ସୁଜିତ୍ ସରକାର ସ୍ୱୀକାର କରିଛନ୍ତି।
ବରୁଣ ନିଜର ଏକ ଇଂଟରଭ୍ୟୁରେ କହିଛନ୍ତି, ନିର୍ଦ୍ଦେଶକ ସୁଜିତ ଚାହୁଁଥିଲେ, ବରୁଣ ନିଜ ଚରିତ୍ରକୁ ସବୁବେଳେ ଅନୁଭବ କରନ୍ତୁ । ଯାହା ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଶୋଇ ନଥିଲେ ଏବଂ ବିନା ମେକଅପରେ ସୁଟିଂ କରିଥିଲେ ବରୁଣ । କେବଳ ଗୋଟିଏ ସଙ୍ଗୀତକୁ ଶୁଣି ଏହି ଚରିତ୍ର ପାଇଁ ସୁଟ୍ କରିଛନ୍ତି ବରୁଣ।
ଅକ୍ଟୋବର ଏକ ଇମୋସନାଲ୍ ଡ୍ରାମା ଫିଲ୍ମ ହୋଇଥିବାରୁ ଫିଲ୍ମରେ ବରୁଣଙ୍କ ଚରିତ୍ରକୁ ସୁନ୍ଦର ଭାବେ ଫିଲ୍ମରେ ପ୍ରଦର୍ଶନ କରିବା ପାଇଁ ତାଙ୍କୁ କିଛି ଏଭଳି ଜୁଲମ୍ କରିଛନ୍ତି ନିର୍ଦ୍ଦେଶକ ସୁଜିତ୍ ସିରକାର । ତେବେ ଏହି ଅପକମିଂ ଫିଲ୍ମର ପୋଷ୍ଟର୍ ଓ ଟିଜରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମରେ ବରୁଣଙ୍କ ବିପକ୍ଷରେ ବନିତା ସାନ୍ଧୁ ନାୟିକା ଭାବେ ନଜର ଆସିବେ । ଏପ୍ରିଲ ୧୩ ରେ ପରଦାକୁ ଆସିବିକୁ ପ୍ରସ୍ତୁତ ହେଉଛି ଅକ୍ଟୋବର୍।
ପଢନ୍ତୁ;
ଦେଶି ଘିଅ ଖାଇବା ଦ୍ଵାରା ଦୂରହୋଇଥାଏ ଶରୀରର ଅନେକ ସମସ୍ୟା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ