ବାସ୍ତୁଶାସ୍ତ୍ର ମୁତାବକ ଜଳଉତ୍ସ ଘରର କେଉଁ ସ୍ଥାନରେ ରହିଲେ କିପରି ଫଳ ଦେଇଥାଏ

ଘର ବନେଇବାର ଯୋଜନା ମନକୁ ଆସିବା ମାତ୍ରେ ଜଲଉତ୍ସ କେଉଁଠି ରହିବ ତାର ଚିନ୍ତା ମଧ୍ୟ ଆପେ ଆପେ ଚାଲିଆସେ । କାରଣ ଜଳ ହିଁ ଜୀବନ । ଜଳଉତ୍ସ ବିନା ଘର ଅସମ୍ଭବ । ବଞ୍ଚିବା ପାଇଁ ଜଳ ଆମର ନିତ୍ୟାନ୍ତ ଆବଶ୍ୟକ । ଡାକ୍ତରଙ୍କ ମୁତାବକ ସୁସ୍ଥ ଜୀବନ ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ୪ରୁ ୫ ଲିଟର ପାଣି ପିଇବା ଦରକାର। ତେବେ କେବଳ ପାଣି ପିଇଦେଲେ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ , ତାହା ନୁହେଁ । ଖାଦ୍ୟ ପ୍ରସ୍ତୁତ କରିବା , ସ୍ନାନ କରିବା , ଶୌଚ କରିବା , ଲୁଗାପଟା ସଫା କରିବା ଆଦି ସବୁ କାର୍ଯ୍ୟ ପାଇଁ ଜଳ ନିହାତି ଦରକାରୀ । ତେବେ ଜଲଉତ୍ସ ବିନା ଘର ତ ସମ୍ଭବ ନୁହେଁ । ମାତ୍ର ଜଲଉତ୍ସ ବି ଘରର କେଉଁ ସ୍ଥାନରେ ରହିଲେ ଭଲ ଓ କେଉଁ ସ୍ଥାନରେ ରହିଲେ କ୍ଷତି ତାହା ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ସ୍ଥାନରରେ ପାଣି ରଖିଲେ ଏହା ସ୍ୱାସ୍ଥ୍ୟ ପ୍ରତି ହିତକର ସେ ନେଇବିସ୍ତୃତ ଭାବେ ଉଲ୍ଲେଖ ରହିଛି।

ଆସନ୍ତୁ ଜାଣିବା:-

  • ରୋଷେଇ ଘରର ଉତ୍ତର-ପୂର୍ବ ଦିଗରେ ପାଣି ରଖନ୍ତୁ। ଏହା ସ୍ୱାସ୍ଥ୍ୟପ୍ରତି ହିତକର।
  • ପାଣିର ସ୍ଥାନ ହେଉଛି ଦକ୍ଷିଣ-ପୂର୍ବ ଦିଗ। ତେଣୁ ପାଣି ଟାଙ୍କି ଓ ନଳକୂପ ପୂର୍ବ, ଉତ୍ତର ଅଥବା ପୂର୍ବ-ଉତ୍ତର ଦିଗରେ ରହିବା ଆବଶ୍ୟକ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି।
  • ଯଦି ପାଣି ପମ୍ପ ଲଗାଛନ୍ତି ତେବେ ଏହାକୁ ପୂର୍ବ, ଉତ୍ତର ଅଥବା ପୂର୍ବ-ଉତ୍ତର ଦିଗରେ ରଖନ୍ତୁ।
  • ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ ଖୋଳନ୍ତୁ ନାହିଁ। ଏଥିପାଇଁ ଉତ୍ତର-ପୂର୍ବ କୋଣ ଉପଯୁକ୍ତ। ଏହାଦ୍ୱାରା ବାସ୍ତୁର ସନ୍ତୁଳନ ଠିକ୍‌ ରହିଥାଏ।

  • ଓଭର ହେଡ ଟ୍ୟାଙ୍କ ଉତ୍ତର-ପଶ୍ଚିମ କୋଣ ମଧ୍ୟରେ ରହିବା ଦରକାର ବୋଲି ବାସ୍ତୁବିତ ମତ ଦିଅନ୍ତି। ଏହାସହ ଟାଙ୍କିର ପରିଭାଗ ଗୋଲାକାର ହେବା ଜରୁରି।
  • ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ କୂଅ କି ନଳକୂପ ଥିଲେ ଏହାକୁ ବନ୍ଦ କରିଦିଅନ୍ତୁ। ଯଦି ବନ୍ଦ କରିବା ସମ୍ଭବ ନୁହେଁ, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏହା ଆମେ ନୁହେଁ ଜ୍ୟୋତିର୍ବିଦମାନେ କହୁଛନ୍ତି।
  • ବାସ୍ତୁଶାସ୍ତ୍ର ଅନୁସାରେ ଗାଧୁଆ ଘର ପୂର୍ବ ଦିଗରେ ରହିବା ଆବଶ୍ୟକ।
  • କୌଣସି ନଳରୁ ପାଣି ଝରୁଥିଲେ ତୁରନ୍ତ ଏହାକୁ ସଜାଡି ନିଅନ୍ତୁ। ଏହା ଘର ପାଇଁ ଓ ଆପଣଙ୍କ ପାଇଁ ଭଲ ନୁହେଁ। ନଳରୁ ପାଣି ଝରିଲେ ଘରେ ଅନାହାର ରହିବାର ସ୍ଥିତି ଉପୁଜିଥାଏ।

ପଢନ୍ତୁ, ୨୩ ନଭେମ୍ବର, ଗୁରୁବାର – ରାଶିଫଳ

Related posts

ଘରେ ଭଗବାନଙ୍କର କେଉଁଭଳି ମୂର୍ତ୍ତି ରଖିଲେ ଶୁଭଫଳ ମିଳିଥାଏ? ଜାଣନ୍ତୁ

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ମିଳିବ ଶୁଭଫଳ