କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ସାଧରଣ ଆମେ ଡ୍ରେସ କିମ୍ବା ଶାଢୀ କିଣିବା ପାଇଁ ବଜାରକୁ ଯାଇଥାଉ । ସେଠାରେ ଥିବା ବିଭିନ୍ନ ରଙ୍ଗବେରଙ୍ଗର କପଡାକୁ ଦେଖି ଲୋଭେଇ ଯାଇଥାଉ ।  କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରତି ରଙ୍ଗକୁ ନେଇ କିଛି ନା କିଛି ମହତ୍ୱ ରହିଛି । ଯାହା ପରମୁହୂର୍ତ୍ତରେ ମଣିଷ ଉପରେ ପ୍ରଭାବ ପକାଇଥାଏ । ଏହା କେବଳ ମଣିଷ କ୍ଷେତ୍ରରେ ନୁହେଁ । ଦେବା-ଦେବୀ ମାନେ ମଧ୍ୟ ଉଚିତ ନିୟମ ଅନୁଯାୟୀ ବସ୍ତ୍ର ପରିଧାନ କରିଥାନ୍ତି ।  ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର କପଡା ପିନ୍ଧିବା ଦ୍ୱାରା ମଣିଷ ଉପରେ କି ପ୍ରଭାବ ପଡିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଏହାର ପ୍ରଭାବ :-

ନୀଳ : ଏହି ରଙ୍ଗ ସାଧାରଣତଃ ଧୈର୍ଯ୍ୟ,ସଚ୍ଚୋଟପଣିଆକୁ ବୁଝାଇଥାଏ । କୌଣସି କାର୍ଯ୍ୟକୁ ଯାଉଥିଲେ ଏହି ରଙ୍ଗର କପଡା ପିନ୍ଧି ଯାଆନ୍ତୁ।

ହଳଦିଆ : ଏହି ରଙ୍ଗ ସବୁବେଳେ ମନକୁ ଖୁସି ଦେଇଥାଏ।

ସବୁଜ : ସବୁଜ ରଙ୍ଗର କପଡା ପିନ୍ଧନ୍ତୁ ମନ ଭିତରେ ସତେଜତା ଅନୁଭବ ହେବ । ଏହା ସହିତ ଏହି ରଙ୍ଗ ଖୋଲା ହୃଦୟ ଏବଂ ଦୟାର ପ୍ରତିକ

କମଳା : କମଳା ରଙ୍ଗର କପଡାକୁ ଖୁସି କିମ୍ବା ଆତ୍ମ ସମ୍ମାନର ପ୍ରତୀକ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ରଙ୍ଗର କପଡାକୁ କୌଣସି ଶୁଭ କାମରେ ପିନ୍ଧନ୍ତୁ।

ଲାଲ : ଲାଲା ରଙ୍ଗକୁ ପ୍ରେମର ରଙ୍ଗ ବୋଲି କୁହାଯାଏ । ଏହାବ୍ୟତୀତ ଏହି ରଙ୍ଗ ଦ୍ୱାରା ସାହାସ, ଇଚ୍ଛା ଶକ୍ତି ଏବଂ ସମୃଦ୍ଧି ବୃଦ୍ଧି ହୁଏ ।

ପଢନ୍ତୁ;  ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

Related posts

ସୂର୍ଯ୍ୟ ସକଳ ଶକ୍ତିର ଆଧାର, ଜାଣନ୍ତୁ ସୂର୍ଯ୍ୟଙ୍କୁ ନେଇ କିଛି ବାସ୍ତୁ ଟିପ୍ସ

ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା

ଆସନ୍ତା କାଲି ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ