ବାସ୍ତୁ ଅନୁଯାୟୀ ସଜାନ୍ତୁ ଅଫିସ, ସଫଳତା ମିଳିବା ସହ ଦୂର ହେବ ନକାରାତ୍ମକ ଶକ୍ତି

Untitled 1

ବାସ୍ତୁଶାସ୍ତ୍ର ଜୀବନରେ ସୁଫଳ ପ୍ରଦାନ କରିଥାଏ ।  ବାସ୍ତୁ କେବଳ ଘର ପାଇଁ ନୁହେଁ ବରଂ ଅଫିସ  ପାଇଁ ମଧ୍ୟ ଉଦ୍ଧିଷ୍ଟ । କାର୍ଯ୍ୟସ୍ଥଳରେ ମଧ୍ୟ ବାସ୍ତୁର ଅନେକ ମହତ୍ୱ ରହିଛି । କାର୍ଯ୍ୟସ୍ଥଳରେ ବାସ୍ତୁଶାସ୍ତ୍ର  ଅବଲମ୍ବନ କରି କାର୍ଯ୍ୟ କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଆସନ୍ତୁ ଜାଣିବା କିପରି ସଜାଇବା ଦ୍ଵାରା ଅଫିସରେ ଶାନ୍ତ ବାତାବରଣ ରହିବା ସହିତ ସଫଳତା ମିଳିଥାଏ।

୧) କବାଟ ସାମ୍ନାରେ କୌଣସି କର୍ମଚାରୀ ବସିବା ଅନୁଚିତ । କବାଟ ସମ୍ମୁଖରେ କୌଣସି ଶୁଭ ଚିହ୍ନ, ସ୍ୱସ୍ତିକ କିମ୍ବା ଗଣେଶଙ୍କ ଫଟୋ ରଖିପାରିବେ ।

୨) କାର୍ଯ୍ୟକ୍ଷେତ୍ରରେ ସବୁଜ କିମ୍ବା ଗାଢ଼ ରଙ୍ଗ ବ୍ୟବହାର କରିବା ଅନୁଚିତ । କାରଣ ଗାଢ଼ ରଙ୍ଗ ଉଜ୍ଜ୍ୱଳତା କମ କରିଦେଇଥାଏ । ଅଫିସରେ ସବୁବେଳେ ଧଳା କିମ୍ବା ଫିକା ରଙ୍ଗ ବ୍ୟବହାର କରିବା ଉଚିତ ।

୩) ଅଫିସରେ ବସିଥିବା ସମୟରେ ଆପଣଙ୍କ ପିଠି କବାଟ ପଟକୁ ରହିବ ଅନୁଚିତ ।

୪) ଯଦି କାର୍ଯ୍ୟକ୍ଷେତ୍ରରେ କୁବେରଙ୍କ ମୂର୍ତ୍ତି କିମ୍ବା ପ୍ରତିମା ରଖିବାକୁ ଚାହୁଁଛନ୍ତି ତାହେଲେ ଉତ୍ତର ଦିଗରେ ରଖିପାରିବେ । କାରଣ ଉତ୍ତର ଦିଗରେ କୁବେର ବାସ କରନ୍ତି ବୋଲି ବିଚାର କରାଯାଏ ।

୫) କାର୍ଯ୍ୟକ୍ଷେତ୍ରରେ କୌଣସି କୋଠରୀର ଠିକ ସାମ୍ନାରେ ଟେବୁଲ ରଖିବା ଅନୁଚିତ । ଏହାଦ୍ୱାରା ସକାରାତ୍ମକ ଶକ୍ତିର ପ୍ରଭାବ କମିଯାଇଥାଏ । କବାଟ ସମ୍ମୁଖରେ କୌଣସି ଶୁଭ ଚିହ୍ନ, ସ୍ୱସ୍ତିକ କିମ୍ବା ଗଣେଶଙ୍କ ଫଟୋ ରଖିପାରିବେ ।

ପଢନ୍ତୁ: ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଲଗାନ୍ତୁ ଏହି ସବୁ ଗଛ

Related posts

ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା

ଆସନ୍ତା କାଲି ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ

ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଜାଣନ୍ତୁ ରାଶି ସମ୍ପର୍କରେ