ଗର୍ଭବତୀ ମହିଳା ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆପଣ ନିଜ ଘରକୁ ବାସ୍ତୁଦୋଷ ଓ ନକାରାତ୍ମକ ଶକ୍ତିଠାରୁ ଦୂରରେ ରଖିବା ପାଇଁ ଅନେକ ବାସ୍ତୁ ନିୟମର ପାଳନ କରିଥାନ୍ତି। ତେବେ ଆପଣଙ୍କ ଘରେ ଯଦି କେହି ଗର୍ଭବତୀ ମହିଳା ରହିଛନ୍ତି, ତେବେ ସେମାନଙ୍କ ଉପରେ ମଧ୍ୟ ନୀତିନିୟମର ଲାଗୁ ହୋଇଥାଏ। ହୁଏତ ଆପଣ ଜାଣି ନ ଥିବେ ଯେ, ଗର୍ଭବତୀଙ୍କ ପାଇଁ କିଛି ବାସ୍ତୁ ଟିପ୍ସ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା, ଗର୍ଭବତୀମାନେ କେଉଁ ସବୁ ବାସ୍ତୁ ନିୟମ ପାଳନ କରିବା ଉଚିତ୍‌।

୧) ଗର୍ଭାବସ୍ଥା ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବରୁ ମୁକ୍ତ ହେବା ପାଇଁ ଘରେ ମୟୂର ପର ଲଗାଇବା ଉଚିତ୍ ।

୨) ଘର ଭିତରେ ଓ ବାହାରେ ହଳଦି ମିଶ୍ରିତ ଚାଉଳ ପକାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରେ ନାହିଁ ବୋଲି ବିଶ୍ୱାସ ରହିଛି ।

୩)  ବିଶେଷ ଭାବେ ଗର୍ଭବତୀଙ୍କ ଶୟନ କକ୍ଷ ଓ ଅନ୍ୟ କୋଠରୀଗୁଡ଼ିକରେ ହାଲ୍‌କା ରଙ୍ଗ ବ୍ୟବହାର କରିବା ଭଲ । କାରଣ ହାଲ୍‌କା ରଙ୍ଗ ମନକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ।

୪) ଗର୍ଭାବସ୍ଥା ସମୟରେ ନକାରାତ୍ମକ ଶକ୍ତି ଅଧିକ ଆକର୍ଷିତ ହୋଇଥାନ୍ତି। ତେଣୁ ଗର୍ଭବତୀ ମହିଳା ସବୁ ସମୟରେ ନିଜ ପାଖରେ କୌଣସି ଲୁହା କିମ୍ବା ତମ୍ବା ଜିନିଷ ରଖିବା ଉଚିତ୍ ।

୫) ଗର୍ଭାବସ୍ଥା ସମୟରେ ମହିଳାମାନେ ଦକ୍ଷିଣଦିଗକୁ ଗୋଡ଼ କରି ଶୁଅନ୍ତୁ ନାହିଁ ।

୬) ମହାଭାରତ, ହିଂସ୍ର ପଶୁ କିମ୍ବା ଜଙ୍ଗଲର କୌଣସି ଚିତ୍ର କାନ୍ଥରେ ଲଗାଇବା ବଦଳରେ ଆଣ୍ଠୁଆ ଗୋପାଳଙ୍କ ବିଭିନ୍ନ ଚିତ୍ର ଆଣି ଘର ରଖନ୍ତୁ।

ପଢନ୍ତୁ:  ଆସନ୍ତୁ ଜାଣିବା ବିପଦ ଆସିବା ଆଗରୁ କି ପ୍ରକାରର ମିଳିଥାଏ ଅଶୁଭ ସଙ୍କେତ

Related posts

ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଲଗାନ୍ତୁ ଏହି ସବୁ ଗଛ

ଅସଫଳ କାମକୁ ସଫଳ କରେ ଗୋଲମରିଚ, ଜାଣନ୍ତୁ କିପରି

ଜ୍ୟୋତିଷ ଶାସ୍ତ୍ରନୁସାରେ ହନୁମାନଙ୍କୁ ପାନ ବିଡ଼ା ଅର୍ପଣ କଲେ ଦୂର ହେବ ବିଭିନ୍ନ ସମସ୍ୟା