ବାସ୍ତୁଶାସ୍ତ୍ର ଅନୁସାରେ ଦାନ କରିବା ଦ୍ଵାରା ଆମକୁ କି ଲାଭ ମିଳେ ଜାଣନ୍ତୁ?

ବାସ୍ତୁଶାସ୍ତ୍ର ଅନୁସାରେ ଦାନ କରିବା ଦ୍ଵାରା ଆମକୁ ବହୁତ ସୁଫଳ ମିଳେ । ଦାନ କରିବା ପାଇଁ କେବେ ବି କୁଣ୍ଠାବୋଧ କରନ୍ତୁ ନାହିଁ । ଦାନରୁ ଯେଉଁ ସନ୍ତୁଷ୍ଟି ମିଳେ ତାହା ହୁଏତ ପାଇବାରେ ନ ଥାଏ । ଦାନ କରିବା ପାଇଁ ଧନ ନୁହେଁ, ମନଟିଏ ଦରକାର। ଉତ୍ତମ ମନଟିଏ ନ ଥିଲେ କେହି କେବେ ଦାନ କରିପାରେନା । ତେବେ, ଆସନ୍ତୁ ଜାଣିବା କାହାକୁ କେଉଁ ଜିନିଷ ଦାନ କଲେ ସୁଫଳ ମିଳେ ।

କ’ଣ ଦାନ କଲେ କି ଲାଭ ମିଳେ ଜାଣନ୍ତୁ :-

  • ପକ୍ଷୀମାଙ୍କ ପାଇଁ ଖୁଦ ଦାନ ଉତ୍ତମ ହୋଇଥାଏ । ଖୁଦ, ଚାଉଲ ଦେଇ ପକ୍ଷୀଙ୍କୁ ପ୍ରୀତ କରାଇଲେ ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବାସ୍ତୁଶାସ୍ତ୍ରରେ କୁହାଯାଇଛି କି କାଉ ଆମକୁ ସଙ୍କେତ ଦେଇଥାଏ । ଆଗକୁ ଆମର ଶୁଭ ହେବ କି ଅଶୁଭ ହେବ ? ସେଥିପାଇଁ ଆମକୁ ସତର୍କ ହୋଇ ରହିବାକୁ ପଡିବ ।
  • ମାଛଙ୍କ ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି କୁଣ୍ଡା, ଗୋବରା ଗୋଳା। ମାଛକୁ ଦାନ କରିବାର ଥିଲେ କୁଣ୍ଡା ଓ ଗୋବରରେ ଗୋଳା କରି ତାହାକୁ ଦାନ କରନ୍ତୁ।

  • ଗୋମାତାକୁ ରୁଟି ନୁହେଁ, ଘାସ ଦାନ କରନ୍ତୁ । ପୁରାଣରେ ବର୍ଣ୍ଣିତ ଅଛି ଗାଈକୁ ଘାସ ଦାନ କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । ଏହା ଦ୍ଵାରା ଆପଣଙ୍କ ଘରେ କିଛି ବି ଅସୁବିଧା ହୋଇ ନ ଥାଏ ।

  • କୁକୁରକୁ ସବୁଠୁ ବିଶ୍ଵାସୀ ପ୍ରାଣୀ କୁହାଯାଏ । ତେବେ କୁକୁରକୁ ଯଦି ଆପଣ ପ୍ରତିଦିନ ରୁଟି ଖାଇବାକୁ ଦେବେ ଆପଣ ଜୀବନରେ ସଫଳତା ପାଇବେ । କୁକୁରଟିକୁ ରୁଟିଟିଏ ଦେଲେ ସେ ଯେଉଁ ସନ୍ତୁଷ୍ଟି ଲାଭ କରେ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କୁ ପାଇଁ ସୁଫଳ ଆକାରରେ ମିଳେ ।

ପଢନ୍ତୁ ;

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

Related posts

ରାତିରେ ଅଇଁଠା ବାସନ ନ ଧୋଇ ରଖୁଛନ୍ତି କି? ଜାଣନ୍ତୁ ଏହାର ପରିଣାମ

ମାର୍ଗଶୀର ମାସରେ କେଉଁ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ଜାଣନ୍ତୁ?

ହାତରେ ସୂତ୍ର ବାନ୍ଧିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ