ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟୁଇଟର ପୃଷ୍ଠାରେ ଛାଡି ବିବାଦରେ କେନ୍ଦ୍ରମନ୍ତ୍ରୀ!

ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ କରି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ

ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ପୁଣି ଭାଇରାଲ ହୋଇଛି। କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ କରିଛନ୍ତି। ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ଫେସବୁକ ଓ ଟୁଇଟରରେ ସେ ଗର୍ଭଗୃହର ଫଟୋ ଛାଡ଼ିଛନ୍ତ। ଓଡ଼ିଶା ଗସ୍ତ ଅବସରରେ ଲିଙ୍ଗରାଜ ମନ୍ଦିରରେ ସେ ପୂଜା କରିଥିଲେ ବୋଲି ଦର୍ଶାଇଛନ୍ତ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ପୋଷଣ କରାଯିବ ବୋଲି କୁହାଯାଇଛ।

ଘଟଣାକୁ ଗୁରୁତ୍ୱର ସହ ନେଇଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ମନ୍ଦିରର ଏକଜିକ୍ୟୁଟିଭ ଅଫିସର ରାଜୀବ ଲୋଚନ ପରିଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁ ଫଟୋ ଉଠାଯାଇଛି ତାହା ପାଖାପାଖି ବର୍ଷେ ତଳର । ତେବେ ଗୁରୁତ୍ୱ ଦୃଷ୍ଟିରୁ ଟୁଇଟକୁ ଡିଲିଟ୍‌ କରି ଦିଆଯାଇଛି। ମନ୍ଦିର ଭିତରକୁ କିଭଳି ଆଉ କେଉଁ ପରିସ୍ଥିତିରେ କ୍ୟାମେରା ଗଲା ତାର ଅନୁଧ୍ୟାନ କରାଯିବା ସହ ଆବଶ୍ୟକ ପଡିଲେ ଯେଉଁ ସେବାୟତମାନେ ଫଟୋରେ ଅଛନ୍ତି ସେମାନଙ୍କୁ ପଚରାଉଚରା କରାଯିବ ବୋଲି ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।

ଏହା ଓଡିଶାବସୀ ମନକୁ ଆଘାତ ଦେଇଛି ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟେଲଙ୍କ ଦଳରୁ ବହିଷ୍କାର କରିବା ପାଇଁ କଂଗ୍ରେସ ନେତା ସୁର ରାଉତ ରାୟ ପ୍ରତିକ୍ରିୟାରେ କହିଛନ୍ତି।

ପଢନ୍ତୁ; ଭାରତ ବନ୍ଦ: ପଞ୍ଜାବ, ବିହାର, ଓଡ଼ିଶାରେ ରେଳସେବା ଠପ୍‌

Related posts

ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ