ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ଟେଷ୍ଟ୍‌ ମ୍ୟାଚ୍‌ ଦେଖିଲେ ମାଲ୍ୟା

ଭାରତୀୟ ବ୍ୟାଙ୍କଗୁଡ଼ିକରୁ ୯୦୦୦ କୋଟି ଟଙ୍କା ଠକି ଫେରାର୍ ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଗତକାଲି ଲଣ୍ଡନର ଓଭାଲ୍ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିଥିଲା। ସେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ଦେଖିବାକୁ ସେଠାକୁ ଆସିଥିଲେ।

ଏହି ସମୟରେ ତାଙ୍କୁ ଭାରତ ଫେରିବା ନେଇ ପ୍ରଶ୍ନ କରାଯାଇଥିଲା । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସେ ଫେରିବେ କି ନାହିଁ, ସେନେଇ ଜଜ୍ ନିଷ୍ପତ୍ତି ନେବେ।

ମାଲ୍ୟା ଭାରତରୁ ଫେରାର୍ ହେବା ପରେ କ୍ରିକେଟ୍ ମ୍ୟାଚ୍‌ ଦେଖିବାକୁ ଆସିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ସେ ୨୦୧୭ ଜୁନ୍‌ ୧୧ରେ ଆଇସିସି ଚାମ୍ପଅନ୍ସ ଟ୍ରଫି ଦେଖିବାକୁ ଓଭାଲ୍ ଷ୍ଟାଡିୟମ୍‌କୁ ଆସିଥିଲେ। ହେଲେ ସେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ବେଳେ ତାଙ୍କୁ କିଛି ଦର୍ଶକ ‘ଚୋର..ଚୋର’ କହି ନାରାବାଜି କରିଥିଲେ।

ସୂଚନା ଅନୁସାରେ ବିଜୟ ମାଲ୍ୟା ଗତ ଅଗଷ୍ଟ ୩ରେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଖେଳାଳିଙ୍କୁ ଭେଟିବାକୁ ଚାହିଁଥିଲେ । ହେଲେ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା।

ପଢନ୍ତୁ;ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ