ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ବିରାଟଙ୍କ ଡ୍ୟାନ୍ସ

ବିରାଟ କୋହଲି କ୍ରିକେଟ ଦୁନିଆରେ ନିଜର ଭଲ ପ୍ରଦର୍ଶନ ପାଇଁ ଅନେକ ରେକର୍ଡ଼ ସୁଷ୍ଟି କରିଛନ୍ତି। କ୍ରିକେଟ୍ ଦୁନିଆରେ ବିରାଟଙ୍କ ନାମ ପରିଚିତ ନାମ । ଖେଳ ସହ ତାଙ୍କର ନିଆରା ଷ୍ଟାଇଲ୍ ତଥା ଅନ୍ଦାଜ ପାଇଁ ସେ ବେଶ୍ ଚର୍ଚ୍ଚାରେ ଥାଆନ୍ତି । ଶ୍ରୀଲଙ୍କା ସହ ତ୍ରିରାଷ୍ଟ୍ରିୟ ଟି-୨୦ ସିରିଜ୍ ଖେଳୁଛି ଟିମ୍ ଇଣ୍ଡିଆ । ଏହି ସିରିଜ ପାଇଁ ବିସିସିଆଇ ବିରାଟ କୋହଲି ଓ ଏମଏସ୍ ଧୋନୀଙ୍କୁ ଆରାମ ଦିଆଯାଇଛି । ଏପରିସ୍ଥଳେ ଉଭୟ ଖେଳାଳି ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରୁଛନ୍ତି।

ବିରାଟ ତାଙ୍କ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ‘କଜରାରେ’ ଗୀତରେ କରିଥିବା ଡାନ୍ସ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି।

ବିରାଟଙ୍କ ଏହି ଭିିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି । ଉକ୍ତ ଭିଡ଼ିଓରେ ପଞ୍ଚାବୀ ଗୀତ ଠାରୁ ଆରମ୍ଭ କରି ଲୋକପ୍ରିୟ ବଲିଉଡ଼୍ ଗୀତ କଜରାରେ ଗୀତରେ ଡ଼ାନ୍ସ କରୁଥିବାର ନଜର ଆସୁଛନ୍ତି ବିରାଟ । ଏହି ଭିଡ଼ିଓ ତାଙ୍କ ଫ୍ୟାନ ପେଜରେ ପୋଷ୍ଟ ହୋଇଛି । ଏହି ଭିଡ଼ିଓରେ ବିରାଟ କେହାଲି ଭାଙ୍ଗଡ଼ା କରୁଥିବାର ନଜର ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ ଦକ୍ଷିଣ ଆଫ୍ରିକାରେ ବିରାଟଙ୍କ ଶାନଦର ୪ଟି ଶତକ ପରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ନିକଟରେ ସେ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି । ଯାହା ପରେ ଦିଲ୍ଲୀ ଓ ମୁମ୍ବାଇରେ ରିସେପ୍ସନ ପାର୍ଟି ଦିଆଯାଇଥିଲା । ଆଉ ଏବେ ସେ ତାଙ୍କର ଜଣେ ସାଙ୍ଗର ବିବାହରେ ଏହି ଡାନ୍ସ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ପଢନ୍ତୁ;

ଦାଉଦ୍‌ ଇବ୍ରାହିମ୍‌ଙ୍କ ଡାହାଣ ହାତ ଫାରୁକ ଟକଲା ଗିରଫ ! ଖୋଲିପାରେ ମୁମ୍ବାଇ ବୋମା ବିସ୍ଫୋରଣର ରାଜ

Related posts

ଆଉ ନିର୍ମାଣ ହେବନିକି ‘ସ୍ପାଇଡରମ୍ୟାନ୍‌’ ଫିଲ୍ମ !

ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’

ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର