୩୦ ବର୍ଷରେ ପଦାର୍ପଣ କଲେ ଅନୁଷ୍କା ଶର୍ମା

ବିବାହ ପରେ ଅନୁଷ୍କାଙ୍କ ପ୍ରଥମ ଜନ୍ମଦିନ, ବିରାଟ କଲେ ଏପରି ସେଲିବ୍ରେଟ୍‌

ଆଜି ଅନୁଷ୍କା ଶର୍ମାଙ୍କ ଜନ୍ମଦିନ । ବଲିଉଡ କୁଇନ୍‌ ଅନୁଷ୍କା ଶର୍ମା ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ଅନୁଷ୍କାଙ୍କ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସୁଅ ଛୁଟିଛି ।ଏହି ବିଶେଷ ଦିନରେ ବିରାଟ ବା କିପରି ପଛରେ ରହିବେ । ଏଥିପାଇଁ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ତଥା ଅନୁଷ୍କାଙ୍କ ପତି ବିରାଟ କୋହଲି ତାଙ୍କ ଲେଡି ଲଭ୍‌କୁ ଭିନ୍ନ ଧରଣର ଶୁଭେଚ୍ଛା ଜଣାଇଛନ୍ତି ।

ମଙ୍ଗଳବାର ସକାଳେ ବିରାଟ ସୋସିଆଲ ମିଡିଆରେ ଏକ ସେଲ୍ଫି ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ କୋହଲି ଏକ ମନମୁଗ୍ଧକର ଫଟୋସହ ଲେଖିଛନ୍ତି ‘Happy B’day my love’ ,ଯାହା ଏମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ଆହୁରି ନିବିଡ କରିଦେଇଛି । ଏହି ପୋଷ୍ଟରେ ବିରାଟ ଅନୁଷ୍କାଙ୍କୁ କେକ୍‌ ଖୁଆଇବାର ନଜର ଆସୁଛନ୍ତି।  ଏବେ ଏହି ପୋଷ୍ଟଟି ଭାଇରାଲ ହେବାକୁ ଲାଗିଛି ।

ଏବେ ଦୁହେଁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଏକାଠି ଥିବା ବେଳେ ଏଥରର ଜନ୍ମଦିନକୁ ଭିନ୍ନ ଭାବରେ ଉଭୟେ ସେଲିବ୍ରେଟ୍‌ କରିବେ ବୋଲି ଅନୁମାନ କରାଯାଉଛି । ତେବେ ବଲିଉଡ ଦୁନିଆରୁ ତାଙ୍କ ଜନ୍ମଦିନ ଅବସରରେ ଆସୁଛି ଅନେକ ଶୁଭେଚ୍ଛା । ଅନୁଷ୍କା ଏକାଧାରରେ ବଲିଉଡ ନାୟିକା ତଥା ପ୍ରଯୋଜିକା । ୨୦୦୮ରେ ‘ରବ୍‌ ନେ ବନାଦି ଯୋଡି’ରୁ ଅନୁଷ୍କା ଆରମ୍ଭ କରିଥିଲେ ତାଙ୍କ ବଲିଉଡ କ୍ୟାରିୟର୍‌ । ଏବେ ସେ ବଲିଉଡର ଅନ୍ୟତମ ହାଇଏଷ୍ଟ ପେଡ୍‌ ନାୟିକା। ନିକଟରେ ପରଦାକୁ ଆସିଥିବା ଫିଲ୍ମ ‘ପରି’ରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ଚକିତ କରିଥିଲା ।

ପଢନ୍ତୁ ;

ଲୋକଲଜ୍ୟା ସହି ନ ପାରି ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା

Related posts

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର

ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟାଙ୍କ ପରଲୋକ

ରିଲିଜ ହେଲା ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଏକ ମଜାଦାର ଗୀତ ‘Tiktok ରଙ୍ଗବତୀ’