ଜିଲ୍ଲା ଓ ନିମ୍ନ କୋର୍ଟଗୁଡ଼ିକୁ ୱାନ୍ ସଂଯୋଗ

ଇ-କୋର୍ଟସ ମିସନ ମୋଡ ପ୍ରକଳ୍ପ ଫେଜ୍-2(2015-19)ର ମୁଖ୍ୟ ଉଦ୍ଦେଶ୍ୟ ଦେଶବ୍ୟାପୀ ଜିଲ୍ଲା ଏବ ନିମ୍ନ କୋର୍ଟ କମ୍ପ୍ଲେକ୍ସଗୁଡ଼ିକୁ ୱାଇଡ ଏରିଆ ନେଟୱର୍କ (ୱାନ୍)ରେ ସଂଯୋଗ କରିବା। ସୁପ୍ରିମ କୋର୍ଟଙ୍କ ଅଧୀନରେ ଇ-କମିଟି ତତ୍ତ୍ୱାବଧାନରେ ସମସ୍ତ ଜିଲ୍ଲା ଓ ନିମ୍ନ କୋର୍ଟଗୁଡ଼ିକୁ ୱାନ ସଂଯେଗ କରିବା ଅଭିଯାନରେ ଏ ପର୍ଯ୍ୟନ୍ତ 16,089ଟି କୋର୍ଟକୁ କମ୍ପ୍ୟୁଟରୀକୃତ କରାଯାଇପାରିଛି। କେସ୍ ଇନଫର୍ମେସନ ସଫ୍ଟୱେର, ହାର୍ଡୱେର ଏବଂ ସ୍ଥାନୀୟ ନେଟୱର୍କ ସହ ସଂଯୋଗ ଫଳରେ ବିଚାର ବ୍ୟବସ୍ଥା ସ୍ୱଚ୍ଛ ହେବା ସହ ତ୍ୱରିତ ନ୍ୟାୟପ୍ରଦାନ ସହଜ ହୋଇପାରିଛି।

ନ୍ୟାୟ ବିଭାଗ ପକ୍ଷରୁ ବିଏସଏନଏଲକୁ 167 କୋଟି ଟଙ୍କାରେ 2992 ଜିଲ୍ଲା ଓ ନିମ୍ନ କୋର୍ଟ ଏବଂ ସଞ୍ଚାର ବ୍ୟବସ୍ଥା ନଥିବା 547ଟି କୋର୍ଟ କମ୍ପ୍ଲେକ୍ସକୁ ୱାନ ସଂଯୋଗ କରିବାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପର କାର୍ଯ୍ୟ କେତେଦୂର ଅଗ୍ରସର ହୋଇପାରିଛି, ତାହା ଉପରେ ନଜର ରଖିବା ଲାଗି ଏନଆଇସି ପକ୍ଷରୁ 2018 ସେପ୍ଟେମ୍ବର 7 ତାରିଖରେ ଏକ ଅନଲାଇନ ମନିଟରିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି।

ଇ-କୋର୍ଟ ପ୍ରକଳ୍ପରେ ସଞ୍ଚାର ବ୍ୟବସ୍ଥା ନଥିବା 458ଟି ଜିଲ୍ଲା ଓ ନିମ୍ନକୋର୍ଟକୁ ଚିହ୍ନଟ କରାଯାଇଛି । ଏହି ପ୍ରକଳ୍ପ 2018 ଡିସେମ୍ବର 31 ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପଢନ୍ତୁ;ଆଖି ତଳ କଳା ପଡୁଛି କି? ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ

Related posts

ଏୟାରସେବା 2.0ର ଶୁଭାରମ୍ଭ କଲେ ସୁରେଶ ପ୍ରଭୁ

ଉତ୍ତରପ୍ରଦେଶରେ ଚାଷୀଙ୍କ ଋଣ ଶୁଝିଲେ ଅମିତାଭ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ, ୫୦ ମୃତ