ଦାମ-ବିଷ୍ଣୁ କଳି ଚରମ ସୀମାରେ:ଗୁଲୁଗୁଲାରୁ ସିନେମା ଚୋର………

ଦାମ-ବିଷ୍ଣୁଙ୍କ କଳି ଚରମ ସୀମାରେ ପହ୍ନଚିଲାଣି। ଦାମ ଦୁର୍ନୀତିଗ୍ରସ୍ତ । ୧୯୭୪ ମସିହାରେ ପଶୁ ଡାକ୍ତର ଥିବାବେଳେ ଦାମ ଦୁର୍ନୀତିରେ ପଶିଥିଲେ । ସେ ଯେତେବେଳ ଷ୍ଟୋର ଦାୟିତ୍ୱରେ ଥିଲେ, ସେତେବେଳେ ସିମେନ ଦୁର୍ନୀତିରେ ଫଶିଥିଲେ । ତେବେ ପ୍ରତାପ ମହାନ୍ତିଙ୍କ ଜରିଆରେ ବିଜୁ ବାବୁଙ୍କୁ ଭେଟି ଦାମ ଦଳରେ ମିଶିଥିଲେ ବୋଲି ବିଷ୍ଣୁ ଦାସ କହିଛନ୍ତି ।

ଦୁର୍ନୀତିରୁ ହିଁ ତାଙ୍କ କ୍ୟାରିଅର ଆରମ୍ଭ ହୋଇଥିଲା’। ବିଷ୍ଣୁ ଦାସଙ୍କ ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଡାକ୍ତର ଦାମୋଦର ରାଉତ । ବିଷ୍ଣୁ କ’ଣ ଭିଜିଲାନ୍ସ ଡାଇରେକ୍ଟର ଥିଲେ କି ବୋଲି ଦାମ ପ୍ରଶ୍ନ କରିଛନ୍ତି । ୭୪ ମସିହାରେ ତା’ର ନାବାଳିକି ଫିଟିନଥିବ, ସେ କ’ଣ କହିବ । ମୁଁ ୬୮ରେ ପାଶ୍ କରି ୬ ବର୍ଷ ଇନଫର୍ମେସନ ଅଫିସର ଥିଲି। କହୁଥିବା କଥା ସେ କରିଥିବ କି କ’ଣ, ମୁଁ କହିପାରିବିନି ।

ମୁଁ ୭୭ରୁ ବିଧାୟକ, ୭୪ରେ ଦୁର୍ନୀତି କଥା କେମିତି ଜାଣିଲା । ୮୫ରେ ସେ ସୋମନାଥ ହାଟରେ ବସି ଗୁଲୁଗୁଲା ଖାଉଥିଲା । ମୁଁ ତାକୁ ସେଠୁ ଡାକି ଆଣି ଟିକେଟ ଦିଆ କରାଇଥିଲି । ୬ ମାସ ମନ୍ତ୍ରୀ ଥିଲା, ଭଲ କାମ କରି ପୁରସ୍କାର ପାଇଥିଲା । ବୟସ କି ଅଭିଜ୍ଞତାରେ ବିଷ୍ଣୁ ମୋ ସମାସ୍କନ୍ଧ ନୁହେଁ ବୋଲି ଡାକ୍ତର ରାଉତ କହିଛନ୍ତି।

ପଢନ୍ତୁ; ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

Related posts

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ