ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

ଗତକାଲି ଶ୍ରୀଲଙ୍କା ଏବଂ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସ୍ଥିର ରହିଥିଲା । ଏହାର ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ଉପକୂଳ, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ହାଲକା ବର୍ଷା ସହ ପବନ ବି ବହିବ । ଏହା ସତ୍ତ୍ୱେ ଥଣ୍ଡା ବଢିବ ବୋଲି ଗତକାଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । ପାଣିପାଗର ପୂର୍ବସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣର କିଛି ସ୍ଥାନରେ ପାଗ ମେଘୁଆ ରହିବ ।

ଗତକାଲି ରାୟଗଡ଼ା ସହିତ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା କୁହାଯାଉଛି । ଲଘୁଚାପ ଯୋଗୁଁ ଦକ୍ଷିଣ ପୂର୍ବ ଦିଗରୁ ସାମୁଦ୍ରିକ ପବନ ବହିବ । ପବନର ବେଗ ଘଣ୍ଟାକୁ ୨୦ରୁ ୨୫ କି.ମି. ରହିପାରେ। ବର୍ତ୍ତମାନ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହୁଛି । ସେତେବେଳକୁ ସାମୁଦ୍ରିକ ପବନ ବହିବାର ସମ୍ଭାବନା ଥିବାରୁ ଥଣ୍ଡା ପବନର ବେଗ କମିପାରେ ।

ଗତ କିଛିଦିନ ଭଳି ଗତକାଲି ମଧ୍ୟ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ଅନ୍ୟାନ ସ୍ଥାନ ତୁଳନାରେ ସବୁଠାରୁ କମ୍ ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀରେ ୧୪.୨ ଡିଗ୍ରୀ, ହୀରାକୁଦରେ ୧୫ ଡିଗ୍ରୀ, କେନ୍ଦୁଝରରେ ୧୫.୧ ଡିଗ୍ରୀ, କୋରାପୁଟରେ ୧୫.୪ ଡିଗ୍ରୀ, ଭବାନୀପାଟଣାରେ ୧୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୬.୫ ଡିଗ୍ରୀ, ଝାରସୁଗୁଡ଼ାରେ ୧୭.୧ ଡିଗ୍ରୀ, ଅନୁଗୁଳରେ ୧୭.୬ ଡିଗ୍ରୀ, ସମ୍ବଲପୁର, ବାଲେଶ୍ୱରରେ ୧୭.୮ ଡିଗ୍ରୀ, ସୋନପୁରରେ ୧୮.୨ ଡିଗ୍ରୀ, ବାରିପଦାରେ ୧୮.୪ ଡିଗ୍ରୀ, ଢେଙ୍କାନାଳରେ ୧୮.୭ ଡିଗ୍ରୀ, ଟିଟିଲାଗଡ଼ରେ ୧୯ ଡିଗ୍ରୀ, ମାଲକାନଗିରିରେ ୧୯.୪ ଡିଗ୍ରୀ, ବଲାଙ୍ଗୀର, ଚାନ୍ଦବାଲି, କଟକରେ ୧୯.୫ ଡିଗ୍ରୀ, ଭୁବନେଶ୍ୱରରେ ୧୯.୭ ଡିଗ୍ରୀ ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ପାରଦ ୨୦ ଡିଗ୍ରୀ ତଳକୁ ଖସିଛି ।

ପଢନ୍ତୁ, ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ପାରମ୍ପରିକ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଣ ଭତ୍ସବ ପାଳିଲେ ଶ୍ରଦ୍ଧାଳୁ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ