ଜଳୁଛି ଓଡିଶା: ୪୦ ଡିଗ୍ରି ଟପିଲା ୫ ସହରର ତାପମାତ୍ରା

ରାଜ୍ୟରେ ଖରାର ପ୍ରକୋପ

 

ସାମୟିକ ଆଶ୍ଵସ୍ତି  ପରେ ରାଜ୍ୟରେ ପୁଣି ଲେଉଟିଲା ତାତି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜିର ପ୍ରକୋପ  ଅନୁଭୂତ ହେଉଛି । ୪ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ତଳେ   ରହିବା ପରେ ଗତକାଲିଠୁ ପୁଣିଥରେ ତାତି ବଢ଼ିଛି । ତେବେ ଉପକୂଳରେ ଖରା ସାମାନ୍ୟ କମିଛି। ସେହିପରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ  ଜାରି ରହିଛି।

ଟିଟିଲାଗଡ଼ ତାପମାତ୍ରା ଆଜି ପୁଣିଥରେ ୪୨.୫ ଡିଗ୍ରିରେ  ପହଞ୍ଚିଥିବା ବେଳେ ମାଲକାନଗିରିରେ ୪୧.୬, ସମ୍ବଲପୁର ଓ ସୋନପୁରରେ ୪୦.୨ ଡିଗ୍ରି ଲେଖାଏ ଓ ଭବାନୀପାଟଣାରେ ୪୦ ଡିଗ୍ରି ଛୁଇଁଥିଲା। ଏଥିସହ ସୁନ୍ଦରଗଡ଼, ହୀରାକୁଦ, ଝାରସୁଗୁଡ଼ା ତାପମାତ୍ରା ବି ୩୯ ଡିଗ୍ରି ଟପିଯାଇଛି। ତେବେ ଉପକୂଳ ଓଡ଼ିଶାରେ ଏବେ କାଳବୈଶାଖୀ  ପ୍ରଭାବ ରହୁଥିବାରୁ ତାପମାତ୍ରା କମ୍‌ ରହିଛି। ତେବେ ୨୮ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

ପଢନ୍ତୁ: କାଲି ଓଡିଶାର ୯ଟି ବୁଥରେ ହେବ ସାନି ମତଦାନ

Related posts

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ଫଳ

ଅନୁଭବଙ୍କୁ ହତ୍ୟା ଧମକ ଦେଇ ଗୁଜୁରାଟରୁ ଗିରଫ ହେଲା କାଳିଆ ବାରିକ

ନବୀନଙ୍କୁ ଏନଡିଏ ବିରୋଧୀ ବୈଠକରେ ନିମନ୍ତ୍ରଣ କଲେ ସୋନିଆ ଗାନ୍ଧି