ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ : ଓ୍ବେଷ୍ଟଇଣ୍ଡିଜ

ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅନ୍ୟ ୯ଟି ଦଳ ସହିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବ। ଏଥିରୁ ଦୁଇଟି ଶ୍ରେଷ୍ଠ ଦଳ ମେଗା ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ।

ମାର୍ଚ୍ଚ ୪ରୁ ୨୫ ପର୍ଯ୍ୟନ୍ତ ଜିମ୍ବାଓ୍ବେରେ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଖେଳାଯିବ। ୨୦୧୭ ସେପ୍ଟେମ୍ବର ୩୦ କଟ୍‌ ଅଫ୍‌ ତାରିଖ ସୁଦ୍ଧା ଆଇସିସି ଅନ୍ତର୍ଜାତୀୟ ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ ଶ୍ରେଷ୍ଠ ୮ଦଳ ମଧ୍ୟରେ ସ୍ଥାନ ନ ପାଇବାରୁ ଆଫଗାନିସ୍ତାନ, ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ସହିତ ଓ୍ବେଷ୍ଟଇଣ୍ଡିଜକୁ ଯୋଗ୍ୟତା ଅର୍ଜନ ଟୁର୍ନାମେଣ୍ଟ ଖେଳିବାକୁ ବାଧ୍ୟ କରିଛି।

କ୍ୱାଲିଫାୟର୍ସରେ ଖେଳିବାକୁ ଥିବା ଅନ୍ୟ ୪ଟି ଦଳ ହେଲେ ହଂକଂ, ନେଦରଲାଣ୍ଡ, ସ୍କଟଲାଣ୍ଡ ଓ ପାପୁଆ ନ୍ୟୁ ଗିନି। ଏହି ୪ଟି ଦଳ ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଚାମ୍ପିୟନଶିପ୍‌ରେ ଶ୍ରେଷ୍ଠ ୪ଟି ବିବେଚିତ ହୋଇଥିଲେ। ଅବଶିଷ୍ଟ ଦୁଇଟି ଦଳ ଫେବୃୟାରୀ ୮ରୁ ୧୨ ପର୍ଯ୍ୟନ୍ତ ନାମିବିୟାଠାରେ ଖେଳାଯିବାକୁଥିବା ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ ୨ ପ୍ରତିଯୋଗିତାରୁ ନିରୂପିତ ହେବେ। ଆଇସିସି କ୍ରିକେଟ ବିଶ୍ୱକପ୍‌ କ୍ୱାଲିଫାୟର୍ସ ୨୦୧୮ରେ ଅଂଶଗ୍ରହଣ କରିବାକୁଥିବା ୧୦ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ପାପୁଆ ନ୍ୟୁ ଗିନି ଏବଂ ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ-୨ର ବିଜେତା ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛନ୍ତି।

ସେହିପରି ଗ୍ରୁପ୍‌ ବି’ରେ ଆଫଗାନିସ୍ତାନ, ଜିମ୍ବାଓ୍ବେ, ସ୍କଟଲାଣ୍ଡ, ହଂକଂ ଓ ଆଇସିସି ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ-୨ର ରନର୍ସ ଅପ୍‌ ଦଳକୁ ଅନ୍ତର୍ଭୁକ୍ତ କରାଯାଇଛି। ଗ୍ରୁପ୍‌ରେ ଦଳଗୁଡ଼ିକ ପରସ୍ପର ସହିତ ଖେଳିବେ। ପ୍ରତିଗ୍ରୁପ୍‌ର ଶ୍ରେଷ୍ଠ ୩ଟି ଦଳ ସୁପର ସିକ୍ସ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହି ପର୍ଯ୍ୟାୟର ଦୁଇ ଫାଇନାଲିଷ୍ଟ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ।

ପଢନ୍ତୁ ;

ଅନାମିକା ଆଙ୍ଗୁଠିରେ ନିର୍ବନ୍ଧ ମୁଦିକୁ କାହିଁକି ପିନ୍ଧାଯାଏ ? ଜାଣନ୍ତୁ ଏହାର କାରଣ

Related posts

ବିଶ୍ୱକପ୍‌ ହକି ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ

ରିଲିଜ୍ ହେଲା ହକି ବିଶ୍ୱକପ୍ ଗୀତର ଟିଜର୍

ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ