ଶରୀରର କେଉଁ ଅଙ୍ଗରେ କଳା ଜାଇ ଥିଲେ କି ସଙ୍କେତ ମିଳେ? ଆସନ୍ତୁ ଜାଣିବା

ଶାସ୍ତ୍ରରେ ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଥିବା କଳାଜାଇ ବିଷୟରେ କୁହାଯାଇଛି। କେତେକ କଳାଜାଇ ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଥିବା ସମସ୍ୟା ବିଷୟରେ କହୁଥିବା ବେଳେ କିଛି ଭାଗ୍ୟ ଏବଂ ଧନଯୋଗ ବିଷୟରେ ସୂଚନା ଦେଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ କଳା ଜାଇ ସହିତ ବ୍ୟକ୍ତିର ବ୍ୟକ୍ତିତ୍ୱ, ସ୍ୱଭାବ ଏବଂ ଭବିଷ୍ୟତ ଯୋଡ଼ି ହୋଇଥାଏ। ଶରୀରରେ କେଉଁ ଅଙ୍ଗରେ କଳା ଜାଇ ଅଛି, ତାକୁ ନେଇ ଏହା ନିର୍ଦ୍ଧାରିତ ହୋଇଥାଏ। କଳା ଜାଇକୁ ସାଧାରଣତଃ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ‘ତିଳ’ ବୋଲି କୁହାଯାଏ।

ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ କଳା ଜାଇ ଥିଲେ କଣ ସଂକେତ ମିଳିଥାଏ-

  • ପାଦତଳେ ରହିଲେ ବ୍ୟକ୍ତି ଭ୍ରମଣଶୀଳ ହୋଇଥାଏ। ଏହା ସହ ବିବାହ ପରେ ଭାଗ୍ୟର କବାଟ ଖୋଲିଥାଏ।
  • ଡାହାଣ ଗାଲରେ ଜାଇ ଥିଲେ ତାହା ବିବାହ ପରେ ହଠାତ୍‌ ଭାଗ୍ୟ ପରିବର୍ତ୍ତନର ସୂଚନା ଦିଏ। ବିଶେଷ କରି ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ଉଚିତ। ବିବାହ ପରେ ହିଁ ଏମାନଙ୍କ ସୌଭାଗ୍ୟ ଆସିବା ନିଶ୍ଚିତ।
  • ଯେଉଁମାନଙ୍କ ନାଭିରେ କଳାଜାଇ  ଥାଏ ସେମାନେ ଧନ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କୁ କେବେ ବି ଧନର ଅଭାବ ହୋଇନଥାଏ
    ପାପୁଲିର ବିବାହ ରେଖାରେ ଉଭୟ ନାଲି ଏବଂ କଳା ଜାଇ ଥାଏ। ନାଲି ଜାଇ ସଫଳ ଦାମ୍ପତ୍ୟ ଜୀବନର ସୂଚନା ଦିଏ। କିନ୍ତୁ କଳା ଜାଇ ଏହାର ବିପରୀତ ସୂଚନା ଦିଏ।
  • ତଳିପା’ରେ ଜାଇ ଥିଲେ ତାହା ଦେଶ ବିଦେଶ ଭ୍ରମଣ ସୂଚନା ଦିଏ। ଏହା ବ୍ୟତିରେକେ, ତାହା ସଫଳ ବିବାହ ଏବଂ ବିବାହତ୍ତୋର ଜୀବନର ସୂଚନା ଦିଏ। ବିବାହ ପରେ ପରେ ସଫଳତା ଦୁଆର ଖୋଲିଯାଏ।

ପଢନ୍ତୁ; ଆଖିରେ ଆଲୁଅ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Related posts

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ