ଯାଣନ୍ତୁ, କେଉଁ କେଉଁ ଖାଦ୍ୟ ଖାଇଲେ ଆପଣ ହୋଇପାରନ୍ତି ମାଇଗ୍ରେନ ର ଶିକାର

ମାଇଗ୍ରେନ ପୀଡିତ ବ୍ୟକ୍ତି ଯଦି ନିୟମିତ ଭାବେ ଡବା ଖାଦ୍ୟ ଖାଉଥାନ୍ତି କିମ୍ବା ମାତ୍ରାଧିକ ମଦ୍ୟପାନ କରୁଥାନ୍ତି , ତେବେ ସେମାନଙ୍କୁ ଭୀଷଣ ମୁଣ୍ଡବିନ୍ଧାର ସମ୍ମୁଖୀନ ହେବାକୁ ପଡିପାରେ। ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ସମେତ ଗବେଷକମାନେ ଏହା ଜାଣିବାକୁ ପାଇଛନ୍ତି । ଏହି ଅବସ୍ଥାକୁ ସମ୍ଭାଳିବାରେ କମ ଚର୍ବିଯୁକ୍ତ ଖାଦ୍ୟ ସହାୟକ ହୋଇପାରେ ବୋଲି ମଧ୍ୟ ଅଧ୍ୟୟନରୁ ଜଣାପଡିଛି । ଖାଦ୍ୟପେୟ ମାଧ୍ୟମରେ ମୁଣ୍ଡବିନ୍ଧା ଦୂର କରିବାର ଦୁଇଟି ଦୃଷ୍ଟିକୋଣ ଦିଆଯାଇଛି ।

ଆମେରିକାର ସିନସିନାତି ଇଉନିଭର୍ସିଟିର ପ୍ରଫେସର ଭିନସେଣ୍ଟ ମାର୍ଟିନଙ୍କ ଅନୁସାରେ , ପ୍ରଥମଟି ହେଉଛି ମୁଣ୍ଡବିନ୍ଧାକୁ ପ୍ରୋତ୍ସାହନ ଦେଉଥିବା ଖାଦ୍ୟଠୁ ଦୂରେଇବା ଏବଂ ଅନ୍ୟଟି ମୁଣ୍ଡବିନ୍ଧା ପ୍ରତିରୋଧକାରୀ ଖାଦ୍ୟ ଦୈନନ୍ଦିନ ଭୋଜନ ତାଲିକାରେ ସାମିଲ କରିବା ।

ଇଉନିଭର୍ସିଟିର ସହ-ପ୍ରଫେସର ବ୍ରିନ୍ଦର ଭିଜଙ୍କ ସମେତ ଗବେଷକମାନେ ମାଇଗ୍ରେନ ଓ ଖାଦ୍ୟ ସମ୍ପର୍କିତ ୧୮୦ରୁ ଅଧିକ ଅଧ୍ୟୟନକୁ ବିଶ୍ଳେଷଣ କରିଥିଲେ । ମାର୍ଟିନଙ୍କ ମତରେ , କ୍ୟାଫିନଥୁ ଦୂରେଇଯିବା ଭୀଷଣ ମୁଣ୍ଡବିନ୍ଧାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ।

ଉଦାହରଣ ସ୍ୱରୂପ, ସବୁଦିନ ସକାଳେ ଆପଣ ତିନି ଚାରି କପ କଫି ପିଇ ଆସୁଥିଲେ । କିନ୍ତୁ ଦିନେ ଏହି ରୁଟିନରୁ ସଂପୂର୍ଣ୍ଣ ଓହରିଯିବାକୁ ନିଷ୍ପତି ନେଲେ । ଅର୍ଥାତ, ଆଦୌ କଫି ପିଇଲେନାହିଁ । ସେଦିନ ଭୀଷଣ ମୁଣ୍ଡବିନ୍ଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ମାର୍ଟିନ କହିଛନ୍ତି । ଅତ୍ୟଧିକ କଫି ମଧ୍ୟ ଏହି ସମସ୍ୟାର କାରଣ ହୋଇପାରେ । ତେଣୁ ତାଙ୍କ ମତରେ ଦିନକୁ ଏକ କପ କଫି ମାଇଗ୍ରେନ ରୋଗୀଙ୍କ ପାଇଁ ଯଥେଷ୍ଟ । ମାର୍ଟିନ କହନ୍ତି , ମାତ୍ରାଧିକ କଫି ମୁଣ୍ଡବିନ୍ଧା ସହିତ ଚିନ୍ତା ଓ ଅବସାଦ କାରଣ ହୋଇପାରେ ।

ମାଇଗ୍ରେନର ଅନ୍ୟତମ ମୁଖ୍ୟ କାରଣ ମଦ୍ୟପାନ । ଫ୍ରୋଜେନ କିମ୍ବା ଡବା ଖାଦ୍ୟ, ସୁପ , ସସ , ଆଦି ମଧ୍ୟ ମାଇଗ୍ରେନ ପାଇଁ ଦାୟୀ । ଏହା ବଦଳରେ ତାଜା ଫଳ , ପନିପରିବା, ତାଜା ମାଂସ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିତ ।

ପଢନ୍ତୁ, ସାଧାରଣ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଉପରେ ପଡିବ ଜିଏସଟି ର ପ୍ରଭାବ

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ