କେଉଁ ସମୟରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ

ସୁସ୍ଥ ରହିବା ପାଇଁ ସମସ୍ତେ ଚାହାଁନ୍ତି । ସୁସ୍ଥ ଜୀବନ ପାଇଁ ସମସ୍ତେ କିଛି ନା କିଛି କରିଥାଆନ୍ତି । ଏମିତି କି କିଛି ଲୋକ ସୁସ୍ଥ ରହିବା ପାଇଁ କ୍ଷୀର ପିଇ ଥାଆନ୍ତି । ଆପଣ ଜାଣିଛନ୍ତି କି ଅସମୟରେ କ୍ଷୀର ପିଇଲେ ଅସୁସ୍ଥ ହୋଇ ପାରନ୍ତି । ତେବେ କ୍ଷୀର ପିଇବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

କେଉଁ ସମୟରେ କ୍ଷୀର ପିଇବେ ନାହିଁ ଜାଣନ୍ତୁ :-

  • ସକାଳୁ ଉଠି କ୍ଷୀର ପିଇବା ଉଚିତ ନୁହେଁ । କାରଣ ସକାଳୁ ଖାଲି ପେଟରେ କ୍ଷୀର ପିଇବା ଦ୍ଵାରା ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ ।
  • ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଇବା ଅନୁଚିତ କାରଣ ଏହାଦ୍ୱାରା ହଜମ ଭଲ ହୋଇନଥାଏ । ଖାଇ ସାରିବାର ଅତି କମରେ ଏକ ଘଣ୍ଟା ପରେ କ୍ଷୀର ପିଇଲେ ଶରୀର ସୁସ୍ଥ ରୁହେ ।
  • ଯଦି ଆପଣଙ୍କର ଏସିଡିଟି ସମସ୍ୟା ଅଛି ତେବେ ଆପଣ ଉଷୁମ କ୍ଷୀର ପିଇବା ବଦଳରେ କ୍ଷୀରକୁ ଥଣ୍ଡା କରି ପିଇପାରିବେ ।
  • ଭୁଲରେ କେବେ କ୍ଷୀରରେ ଚିନି ପକାଇ ପିଅନ୍ତୁ ନାହିଁ । ଚିନି ବଦଳରେ ମିଶ୍ରି ପକେଇ ପିଇପାରିବେ ।
  • କ୍ଷୀରକୁ ନିୟମିତ ରାତିରେ ପିଇବା ଉଚିତ କାରଣ ଏଥିରେ ଥିବା ଏମିନୋ ଏସିଡ୍‌ ଦ୍ୱାରା ମୁଣ୍ଡ ଥଣ୍ଡା ଓ ଭଲ ନିଦ ହୋଇଥାଏ ।
  • ଯଦି କାହାର ହଜମ ସମସ୍ୟା ରହିଛି ତେବେ ଆପଣ କ୍ଷୀରରେ ଅଦା ମିଶେଇ ପିଇପାରିବେ ।
  • କ୍ଷୀରରେ ଅଦା ସହିତ ଆପଣ ଗୁଜୁରାତି ଓ କେଶର ମିଶେଇ ପିଇବେ ତେବେ ଆପଣଙ୍କର ଅନେକ ପେଟ ସମସ୍ୟା ଦୂର ହେବ ।

ପଢନ୍ତୁ ;

ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର

Related posts

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର

ଆସନ୍ତୁ ଜାଣିବା ହଳଦୀ ତେଲର ଉପକାରିତା ସମ୍ପର୍କରେ

ଛାତିରେ କେଶ ଥିବା ବ୍ୟକ୍ତି ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ,ଜାଣନ୍ତୁ ଏହାର କାରଣ