” ଖାଇବା ପୂର୍ବରୁ ହାତ ଧୋଇବା ନିହାତୀ ଆବଶ୍ୟକ ” ଜାଣନ୍ତୁ କାରଣ

ଆମ ଆଗରେ ଯଦି କୌଣସି ସୁସ୍ୱାଦୁ ଭୋଜନ ରଖାଯାଇଥାଏ ତେବେ ଆମେ ଅନେକ ସମୟରେ ହାତ ନଧୋଇ ଏହାକୁ ଖାଇବାଲାଗି ହାତ ବଢାଇ ଦେଇଥାଉ । ଏବଂ ସେହି ସମୟରେ ଭାବିଥାଉ ଯେ ଆମେ କିଛି ଛୁଇଁନାହୁଁ ତ, ହାତ ଧୋଇବା ଆବଶ୍ୟକ କ’ଣ ? ମାତ୍ର କ’ଣ ସତରେ ଆମ ହାତ ପରିଷ୍କାର ଥାଏ ? ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନରେ ଏକ ଟଏଲେଟ ସିଟରୁ ଅଧିକ ଜୀବାଣୁ ରହିଥିବା ଏକ ଗବେଶଣାରୁ ଜଣାପଡିଛି । ହଁ ଏହା ସଂପୂର୍ଣ୍ଣ ସତ୍ୟ । କାରଣ ଖାଇବା ସମୟରେ ହେଉ କିମ୍ବା କୌଣସି କାମକରିବା ସମୟରେ ହେଉ ଆମେ ଅଧିକାଂଶ ସମୟ ଫୋନ ସଂସ୍ପର୍ଶରେ ଆସିଥାଉ ।

 ଏଠାରେ ଜାଣନ୍ତୁ ସ୍ୱଚ୍ଛତା ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ;

-ଆପଣଙ୍କ ପୋଷା ଜନ୍ତୁ ସଫା ଦେଖାଯାଆନ୍ତି ମାତ୍ର ସେମାନଙ୍କ ଶରୀରରେ ଏପରି ଜୀବାଣୁ ରହିଥାଏ, ଯାହା ଆପଣଙ୍କୁ ଅନେକ ଅସୁବିଧାରେ ପକାଇପାରେ ।

– ଛିଙ୍କିବା ପରେ ହାତ ପୋଛିଦେବା ଦ୍ୱାରା ଜୀବାଣୁ ମରନ୍ତି ନାହିଁ ।

– ଥଣ୍ଡା, କାଶ ଭଳି ରୋଗ ଆଦି ଏହି ହାତ ଦ୍ୱାରା ହିଁ ବ୍ୟାପିଥାଏ ।

– ଭୋଜନ ଦ୍ୱାରା ମଧ୍ୟ ଜୀବାଣୁ ବ୍ୟାପି ଥାଏ, ତେଣୁ କଂଚା ମାଂସ ଛୁଇିଁବା ପରେ ହାତ ଧୋଇନେବା ନିହାତି ଆବଶ୍ୟକ ।

– ହାତ ଧୋଇବା କେବଳ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନୁହେଁ, ଶିଶୁ ହୁଅନ୍ତୁ କିମ୍ବା ବୟସ୍କ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
-ଲମ୍ବା ନଖ ସିନା ଦେଖିବାକୁ ସୁନ୍ଦର ଲାଗେ ମାତ୍ର ଏଥିରେ ଅନେକ ଜୀବାଣୁ ଭରି ରହିଥାଏ ।

– ଲ୍ୟାପଟପ କିମ୍ବା ଫୋନ ପରିଷ୍କାର ଦେଖାଯାଏ ସିନା ଏଥିରେ ଅନେକ ଜୀବାଣୁ ବାସ କରିଥା’ନ୍ତି ।

– ମାତ୍ର ଯଦି ହାତରେ ମାଟି ଲାଗିଥାଏ ତେବେ ସାବୁନ ଏବଂ ପାଣି ଦ୍ୱାରା ହାତ ସଫା କରିବା ଜରୁରୀ ଅଟେ ।

ହାତ ଧୋଇବାର ଅଭ୍ୟାସ କେବଳ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରେ ନାହିଁ ବରଂ ସଂକ୍ରମଣ ବ୍ୟାପିବାକୁ ମଧ୍ୟ ରୋକିଥାଏ ।

ପଢନ୍ତୁ ;

ଆପଣ ପାନ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି ? ଚିନ୍ତିତ ହୁଅନ୍ତୁ ନାହିଁ ,ଘରେ ବସି ପାଇପାରିବେ ନୂଆ କାର୍ଡ ,ଆସନ୍ତୁ ଜାଣିବା

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ