ଯୁବକମାନେ ଅଳ୍ପ ବୟସରେ କାହିଁକି ଚନ୍ଦାପଣର ଶିକାର ହୋଇଥାନ୍ତି? ଜାଣନ୍ତୁ ଏହାର କାରଣ

କେଶ ମଣିଷର ସୌନ୍ଦାର୍ଯକୁ ବଢାଇଥାଏ। କିନ୍ତୁ ଆଜିକାଲିର ଯୁବପିଢୀ ଚନ୍ଦାପଣର ଶିକାର ହେଉଛନ୍ତି। କିନ୍ତୁ କ’ଣ ହେବ ଯଦି ଆପଣ ବୟସ ବଢିବା ପୂର୍ବରୁ ଚନ୍ଦା ହୋଇଯାଉଛନ୍ତି। ଏଥିପାଇଁ ଅନେକ ଉପାୟ ଆପଣାଇଲେ ମଧ୍ୟ କିଛି ସୁଫଳ ମିଳୁନି । ବହୁତ ଯତ୍ନ ଓ ଅନେକ ପ୍ରଡକ୍ଟ ବ୍ୟବହାର ସତ୍ୱେ ଏହି ସମସ୍ୟାର କୌଣସି ସମାଧାନ ମିଳୁନି। ଏହି ସମସ୍ୟା ଏବେ ସମସ୍ତଙ୍କ ପକ୍ଷେ ଦେଖାଗଲାଣି।

ଆସନ୍ତୁ ଜାଣିବା ଚନ୍ଦା ହେବାର କାରଣ କଣ ହୋଇପାରେ-

  1. ଆପଣଙ୍କ ଖାଦ୍ୟ ଶୃଙ୍ଖଳ ଯଦି ଠିକ ନୁହଁ, ତେବେ ଏହା ଆପଣଙ୍କ କେଶରେ ଉପରେ ଏତେ ପ୍ରଭାବ ପକାଇବ ଯେତେ ଶରୀର ଉପରେ ନୁହଁ । ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ପ୍ରୋଟିନ, ଭିଟାମିନ ଓ ମିନେରାଲ୍ସ ସାମିଲ କରନ୍ତୁ ।
  2. ଔଷଧ ତଥା ରୋଗ ପୁରୁଷଙ୍କ ହରମୋନକୁ ଗଡବଡ କରିଥାଏ । ଏଥିଯୋଗୁଁ ପୁରୁଷମାନଙ୍କର ଚନ୍ଦାପଣର ଆଉ ଏକ ମୁଖ୍ୟ କାଣ ହୋଇପାରେ।
  3. କେଶକୁ ରକ୍ତ ଜରିଆରେ ଅକ୍ସିଜେନ ମିଳିଥାଏ। ଧୂମ୍ରପାନ କରିବା ଦ୍ୱାରା ରକ୍ତରେ ଅକ୍ସିଜେନର ମାତ୍ରା କମ ହୋଇଥାଏ। ଯୁବକଙ୍କ ଚନ୍ଦାପଣର ଏହା ମଧ୍ୟ ଆଉ ଏକ କାରଣ ହୋଇପାରେ । ଏହାସହ ଆପଣ ଯଦି ଠିକରେ ଶୋଉ ନାହାନ୍ତି, ତେବେ ମଧ୍ୟ ଏହା କେଶ ଉପରେ ବିଶେଷ ପ୍ରଭାବ ପକାଇଥାଏ।
  4. ବିନା କାରଣରେ କେଶ ଝଡିିବା ବଂଶଗତ ମଧ୍ୟ ହୋଇପାରେ। କିନ୍ତୁ ଏଥିରେ ମଧ୍ୟ ବଡ ସମସ୍ୟା ରହିଛି । ବିଷାଦ ଓ ଆପଣଙ୍କ ଖାଦ୍ୟଶୃଙ୍ଖଳ ମଧ୍ୟ ଏହାର କାରଣ ହୋଇପାରେ। କେବଳ ପୁରୁଷଙ୍କୁ ନୁହଁ ଏହା କମ ବୟସର ଝିଅଙ୍କ ଠାରେ ମଧ୍ୟ ଦେଖିବାକୁ ପାଇଁ ମିଳୁଛି।
  5. ଆଜିକାଲି ସମସ୍ତ ଯୁବକଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବିଷାଦର ଶିକାର। ବଷାଦ ମଧ୍ୟ ଚନ୍ଦାପଣର ଆଉ ଏଖ ମୁଖ୍ୟ କାରଣ।

ପଢନ୍ତୁ;

ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ