ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

କିଛି ଦିନ ଧରି ଥଣ୍ଡା ପଡ଼ିଥିବା ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି । ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ କହିଛନ୍ତି, ରସଗୋଲା ବାବଦରେ ଓଡିଶାର ଯୁକ୍ତିକୁ ସେ ଛାଡିବେ ନାହିଁ । ସେ କହିଛନ୍ତି, ରସଗୋଲା ଆମର ଓ ଆମେ ଏହାକୁ ନେଇ ଖୁବ୍ ଶିଘ୍ର କୋର୍ଟକୁ ଯିବାକୁ ଚେତାବନୀ ଦେଇଛନ୍ତି ।

ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ୟ୍ୟାଳୟରେ ଏଥିପାଇଁ ଆବେଦନ କରିସାରିଛନ୍ତି । ତେବେ ରାଜ୍ୟ ସରକାର ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦେଇଥିଲେ। ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ। ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

ରସଗୋଲାକୁ  ନେଇ ଓଡ଼ିଶାର ଅନେକ ପ୍ରମାଣ ରହିଛି । ଜଗନ୍ନାଥ ମନ୍ଦିରରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ କୌଣସି ସଠିକ ପ୍ରମାଣ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ତାଙ୍କୁ ଏହି ରସଗୋଲାକୁ ଖୁଆଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା ।

ସେହିପରି ସାହିତ୍ୟିକ ତଥା ଗବେଷକ ଅସିତ ମହାନ୍ତିଙ୍କ ସୂଚନା ଅନୁଯାୟୀ ବଳରାମ ଦାସଙ୍କ ୫ବର୍ଷ ପୁରୁଣା ଦାଣ୍ଡି ରାମାୟଣରେ ରସଗୋଲାର କଥା ଉଲ୍ଲେଖ ରହିଛି । ପଶ୍ଚିମବଙ୍ଗ ସରକାର ରସଗୋଲା ଉତ୍ପତ୍ତି ୧୮୬୮ ବୋଲି କହୁଥିବାବେଳେ କାହାର ରସଗୋଲା ପୁରୁଣା ତାକୁ ଜିଆଇ ମାନ୍ୟତା ଦେବା ଆବଶ୍ୟକ । ପଶ୍ଚିମବଙ୍ଗ ନିଜର ଦେଢଶହ ବର୍ଷ ତଳର ରସଗୋଲାପାଇଁ ଓଡ଼ିଶାର ୫ଶହ ବର୍ଷ ପୁରୁଣା ଖାଦ୍ୟ ସଂସ୍କୃତି ଐତିହ୍ୟ ଓ ପରମ୍ପରାକୁ ମୋଡ଼ି ମକଚି ଦେବାକୁ ବସିଛି । ଗତବର୍ଷ ଜୁଲାଇ ମାସରୁ ରସଗୋଲାର ପ୍ରମାଣ ଓଡ଼ିଶା ସରକାରଙ୍କୁ ଦିଆଯାଇଥିବାବେଳେ ସରକାର କାଗଜପତ୍ର ପ୍ରସ୍ତୁତ ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ୨୦୧୫ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ରସଗୋଲା ପାଇଁ ମୁହାଁମୁହିଁ ହୋଇଥିଲେ । ପଶ୍ଚିମବଙ୍ଗ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିବା ବେଳେ ଓଡ଼ିଶା ସରକାର ଏକ କମିଟି ଗଠନ କରିଥିଲେ ।

ପଢନ୍ତୁ, ଆଜି ଓଡିଶା ପହଞ୍ଚିବେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା

Related posts

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମୁହାଁମୁହିଁ

୧୯ରେ ଶପଥ ନେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ