ରାଜଧାନୀ ଭୁବନେଶ୍ଵରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ମହିଳା ବାଇକ ରାଲି

ସ୍ମାର୍ଟ ସିଟି ଭୁବନେଶ୍ଵରରେ ପୁରୁଷଙ୍କ ସହ ତାଳ ଦେଇ ମହିଳାମାନେ ମଧ୍ୟ ଆଗେଇ ଚାଲିଛନ୍ତି । ସୋମବାର ନଭେମ୍ବର ୬ ତାରିଖ ଦିନ ରାଜଧାନୀ ଭୁବନେଶ୍ଵରରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ମହିଳା ବାଇକ ଆରୋହିଙ୍କ ପ୍ରଥମ ବାଇକ ରାଲି  । ୭ଜଣ ମହିଳା ବାଇକରଙ୍କୁ ନେଇ ଗଢାଯାଇଥିବା ଓଡ଼ିଶା ବାଇକରନୀ ପକ୍ଷରୁ ପ୍ରଥମ ମହିଳା ବାଇକ୍ ରାଲିକୁ ନେଇ ଯୁବାବର୍ଗଙ୍କ ମଧ୍ୟରେ ନୁଆ ଉତ୍ସାହ ସୃଷ୍ଟି ହୋଇଛି । ମହିଳା ସଶକ୍ତିକରଣ ବାର୍ତ୍ତାର ପ୍ରଚାର ଆଭିମୁଖ୍ୟ ନେଇ ଏହି ରାଲି ଭୁବନେଶ୍ୱରରୁ ବାହାରି ଅଂଶୁପା ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ୫ଜଣ ମହିଳା ବାଇକର ଅଂଶଗ୍ରହଣ କରିଥିଲେ ।

ପୁରୁଷମୁଖ୍ୟ ସମାଜ ବ୍ୟବସ୍ଥାରେ ଏବେ ମହିଳାମାନେ ଏବେ ନିଜକୁ ଆଗେଇଲେଣି । ଶିକ୍ଷା , ନିଯୁକ୍ତି , ବ୍ୟବସାୟ , କଳା , ବିଜ୍ଞାନ କୋଉଠି ବି ପଛରେ ନାହାନ୍ତି ମହିଳା । ରାଲିରେ ଯୋଗ ଦେଇଥିବା ମହିଳାମାନଙ୍କ ମଧ୍ୟରେ ଫଟୋଗ୍ରାଫର, ସ୍କୁବା ଡାଇଭର, ଫଟୋଗ୍ରାଫର, ସ୍ତମ୍ଭକାର ଏବଂ ଗ୍ରାଫିକ୍ ଡିଜାଇନରର ପେଷାଦାରମାନେ ଅନ୍ତର୍ଭୂକ୍ତ । ସେମାନେ ସମସ୍ତେ ବାଇକ ଚାଳନାକୁ ପସନ୍ଦ କରନ୍ତି ଏବଂ ଏକାଠି ମହିଳା ଚାଳକଙ୍କ ପ୍ରତି ମାନସିକତାର ପରିବର୍ତ୍ତନ ପାଇଁ ଏପରି ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ ବର୍ଷା ପ୍ରିୟଦର୍ଶିନୀ । ବାଇକର ମାନେ କେଟିଏମ ଡୁକେ, ପିଲିୟନ  ଭଳି ସୁପର ବାଇକ ଜରିଆରେ ରାଜଧାନୀ ଭୁବନେଶ୍ଵର ଠାରୁ ୫୦ କିମି ଦୂର ଅଂଶୁପାକୁ ପ୍ରଥମ ଯାତ୍ରାରେ ପହଞ୍ଚିଥିଲେ । ଆଗକୁ ଆଉ ଅଧିକ ଦୂର ରାସ୍ତା ପାଇଁ ଯୋଜନାଥିବା କହନ୍ତି ଦଳର ଅନ୍ୟ ଜଣେ ସଦସ୍ୟା ମୁସାରତ ।

ପଢନ୍ତୁ, ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର – ହକି ଇଣ୍ଡିଆ

Related posts

ଆସନ୍ତାକାଲି ଓଡିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନାଲି ଆଖି ଦେଖାଇଲେ ଇମ୍ରାନ,କହିଲେ ଯୁଦ୍ଧ କଲେ ଏହାର ଜବାବ ଦେବୁ  

ଅନ୍ତିମ ଯାତ୍ରାରେ ମେଜର ବିଭୂତି,‘ଆଇ ଲଭ୍‌ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ