ରାତ୍ରିଭୋଜନ ପରେ କରନ୍ତୁ ନାହିଁ ଏହି ସବୁ କାମ,ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ!

ରାତ୍ରିଭୋଜନ ପରେ କେତୋଟି କଥା ଉପରେ ଧ୍ୟାନ ରଖିଲେ ଶାରୀରିକ ସମସ୍ୟା ଭୋଗିବେ ନାହିଁ। ତେଣୁ ରାତ୍ରିଭୋଜନ ପରେ ସିଧାସଳଖ ଶୋଇଯିବା ଉଚିତ ନୁହେଁ। ଯଦି ଆପଣ ଭୋଜନ ପରେ ସଙ୍ଗେ ସଙ୍ଗେ ଶୋଇପଡ଼ୁଛନ୍ତି ତେବ୍ବେ ଏହି ପ୍ରକ୍ରିୟା ଅନେକ ସମୟରେ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସାବସ୍ତ୍ୟ ହୁଏ। ରାତିରେ ଶୋଇବା ପୂର୍ବରୁ ଆମେ ଏମିତି କିଛି କରିଥାଉ ଯାହା ଆଦୌ କରିବା ଉଚିତ ନୁହେଁ।

ଆସନ୍ତୁ ଜାଣିବା ରାତ୍ରିଭୋଜନ ପରେ କ’ଣ ସବୁ କାମ କରିବା ଉଚିତ ନୁହେଁ-

  • ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇଯିବା ଉଚିତ ନୁହେଁ। ରାତିରେ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଶୋଇଯିବା ଫଳରେ ଓଜନ ବୃଦ୍ଧି ହେବାର ଆଶଙ୍କା ବଢ଼ିଯାଏ। ଏହାବ୍ୟତୀତ ମେଟାବୋଲିଜମ ମଧ୍ୟ ଧିମା ହୋଇଯାଏ।
  • ଶୋଇବା ପୂର୍ବରୁ ଚା’, କଫି କିମ୍ବା ମଦ୍ୟପାନ କରିବା ଉଚିତ ନୁହେଁ। ଏହାଫଳରେ ଶରୀରରେ କ୍ୟାଲୋରୀ ବୃଦ୍ଧି ପାଇଥାଏ।
  • ରାତିରେ ଖାଇ ସାରି ସଙ୍ଗେ ସଙ୍ଗେ ଶୋଇଯିବା ଫଳରେ ଖାଦ୍ୟ ଗୋଟିଏ ସ୍ଥାନରେ ଜମା ହୋଇଯାଏ। ଏହାଫଳରେ ଖାଦ୍ୟ ଠିକ୍‌ ଭାବେ ହଜମ ନ ହେବା କାରଣରୁ ଅନେକ ରୋଗ ଆରମ୍ଭ ହୋଇଥାଏ। ତେଣୁ ରାତିରେ ଖାଇବା ପରେ କିଛି ସମୟ ପାଇଁ ୱାକ୍‌ କରିବା ଉଚିତ।
  • ରାତିରେ ସନ୍ତୁଳିତ ଖାଦ୍ୟ ସେବନ କରନ୍ତୁ। ଜଙ୍କଫୁଡ୍‌, ଫାଷ୍ଟଫୁଡ୍‌ଠାରୁ ଦୂରେଇ ରହନ୍ତୁ।

ପଢନ୍ତୁ; ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

Related posts

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ