ଜିନା ସାମଲଙ୍କ ସ୍ଵୟଂବର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ମିଳିଗଲା ତାଙ୍କ ଜୀବନ ସାଥି

ଅଭିନେତ୍ରୀ ଜିନା ସାମଲଙ୍କ ସ୍ଵୟଂବର କୁ ନେଇ ଚାଲିଥିବା ଚର୍ଚ୍ଚାରେ ଏବେ ପଡିଲା ପୂର୍ଣ୍ଣଛେଦ । ଶେଷରେ ଜିନାଙ୍କୁ ମିଳିଗଲା ତାଙ୍କ ଜୀବନ ସାଥି । ଯିଏ ତାଙ୍କର ହେବ ସୁଖଦୁଃଖର ସାଥି ଓ ଅତି ଆପଣାର ମଣିଷ ।

ତରଙ୍ଗ ଟିଭିରେ ରିଆଲିଟି ସୋ “ଜିନାର ଜୀବନସାଥୀ” ରେ ଏକ ସ୍ଵୟଂବର ମାଧ୍ୟମରେ ଜିନା ଖୋଜୁଥିଲେ ତାଙ୍କ ଜୀବନସାଥୀ । ଶେଷରେ ସେ ୧୦ ଜଣ ପ୍ରତିଯ଼ୋଗୀଙ୍କ ମଧ୍ୟରୁ ବାଛିଲେ ରୁଦ୍ର ପାଣିଗ୍ରାହୀଙ୍କୁ । ପ୍ରତିଯୋଗିତାର ସମସ୍ତ ପର୍ଯ୍ୟାୟକୁ ଅତି ଚମତ୍କାର ଭାବରେ ସଂପୂର୍ଣ୍ଣ କରି ଆଗକୁ ବଢି ଚାଲିଥିଲେ ରୁଦ୍ର ଓ ଶେଷରେ ବିଜୟୀ ହେଇ ପାଇଲେ ଜିନାଙ୍କୁ ପାଇବାର ସୌଭାଗ୍ୟ ।

ରୁଦ୍ର ପାଣିଗ୍ରାହୀ ଅତି ପରିଚିତ ନହେଲେ ବି ଓଲିଉଡର ଜଣେ ଜଣାଶୁଣା କଳାକାର । ଜିନାଙ୍କ ସହ ତାଙ୍କର କେତୋଟି ସିନେମା ମଧ୍ୟ ରହିଛି । ମନ ରହିବ ଏ ପ୍ରେମ କାହାଣୀ (୨୦୧୧), ପ୍ରେମିକା (୨୦୧୩), ଅପନା ହାଥ ଜଗର୍ନ୍ନାଥ (୨୦୧୫), ଗଳ୍ପ ନୁହେଁ ଅଳ୍ପ ଦିନର (୨୦୧୫) ଓ  ଝିଅଟା ବିଗିଡିଗଲା (୨୦୧୬) ଆଦି କେତେକ ଓଡିଆ ଚଳଚିତ୍ରରେ ରୁଦ୍ର ଚମତ୍କାର ଅଭିନୟ କରିଛନ୍ତି ।

ପଢନ୍ତୁ, ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର

Related posts

ଆଉ ନିର୍ମାଣ ହେବନିକି ‘ସ୍ପାଇଡରମ୍ୟାନ୍‌’ ଫିଲ୍ମ !

ରିଲିଜ ପୂର୍ବରୁ ରେକର୍ଡ ରେସରେ ‘ସାହୋ’

ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର