Loading...

୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା

୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା

କରୋନା ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ୪୭ ଦିନ ଧରି ଚାଲିବ ଏହି ଅମରନାଥ ଯାତ୍ରା ।

କରୋନା ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ୪୭ ଦିନ ଧରି ଚାଲିବ ଏହି ଅମରନାଥ ଯାତ୍ରା । ପରମ୍ପରା ମୁତାବକ ରକ୍ଷାବନ୍ଧନ ଦିନ ଏହି ଯାତ୍ରା ସମାପ୍ତ ହେବ । ଏହି କ୍ରମରେ ଶ୍ରଦ୍ଧାଳୁମାନଙ୍କୁ କରୋନା କଟକଣା ପାଳନ ସହ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଜମ୍ମୁ –କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ରବିବାର ଦିନ ଅମରନାଥ ବୋର୍ଡ ସହ ଏକ ବୈଠକ କରିଥିଲେ । ବୈଠକ ପରେ ଜୁନ ୩୦ ରୁ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଟ୍ୱିଟରେ କୁହାଯାଇଛି କି, ଏହି ବୈଠକରେ କରୋନା କଟକଣା ସହ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏହି ବୈଠକରେ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା କଥା କୁହାଯାଇଛି ।

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.