29.1 C
Bhubaneswar
June 13, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

କରୋନା ପାଇଁ ଟୁଇଟ କରି ପ୍ରଶଂସା ସାଉଣ୍ଟୁଛି ଅମୂଲ

କରୋନାଭାଇରସ୍‌ର ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଟି ଦେଶରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଟେଲିଭିଜନ୍‌, ଖବର କାଗଜ ଓ ରେଡିଓ ଆଦି ମାଧ୍ୟମରେ ଦିଆଯାଉଛି। ଏହି କ୍ରମରେ ଅମୂଲ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ବିଜ୍ଞାପନ ଟୁଇଟ କରିଛି। ଏହି ଟୁଇଟରେ ଅମୂଲ ଲୋକମାନଙ୍କୁ ସୁରକ୍ଷିତ ରହିବା ସହିତ ସବୁଦିଗରୁ କରୋନାଭାଇରସ୍‌ ପାଇଁ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କରିଛି। ଅମୂଲ ନିଜ ସୃଜନଶୀଳତାକୁ ଦେଖାଇ ଟୁଇଟ କରିଛି, ‘ସରି ଠାରୁ ଉତ୍ତମ ସଫାସୁତୁରା’। ଏଯାବତ ଏକ ହଜାରରୁ ଅଧିକ ଲୋକ ଏହି ଟୁଇଟକୁ ଲାଇକ୍‌ କରି ସାରିଲେଣି। ଅମୂଲ ଦ୍ୱାରା କରାଯାଇଥିବା ଟୁଇଟରେ ଦେଖିବାକୁ ମିଳୁଛି କି, ଝିଅଟିଏ ହାତ ଧୋଉଛି।

ବ୍ୟବହାରକାରୀ କହିଲେ ସମୟ ଓ ଚିନ୍ତାଧାରା ଖୁବ୍‌ ସୁନ୍ଦର

ଜଣେ ବ୍ୟବହାରକାରୀ ଏହି ଟୁଇଟ ଦେଖିବା ପରେ ଲେଖିଛନ୍ତି, କେବଳ ସାବଧାନ ରହିଲେ ହିଁ କରୋନାଭାଇରସ୍‌ ସଂକ୍ରମଣରୁ ଆମେ ରକ୍ଷା ପାଇ ପାରିବା। ଅଧିକରୁ ଅଧିକ ଏହି ଭାଇରସ୍‌ ନେଇ ଲୋକମାନଙ୍କୁ ସଚେତନ କରାନ୍ତୁ। ସମୟ ଓ ଚିନ୍ତାଧାରା ଖୁବ୍‌ ସୁନ୍ଦର।

ପଢନ୍ତୁ: ଏପ୍ରିଲ ପହିଲାରୁ ଦେଶରେ ୪ଟି ନୂଆ ବ୍ୟାଙ୍କ

Related posts

ଆସନ୍ତାକାଲି ବଡ଼ଦିନ : ଆଜି ମଧ୍ୟରାତ୍ରୀରେ ଜନ୍ମନେବେ ପ୍ରଭୁ ଯିଶୁ

Ratnamani Maharana

ଉନ୍ନାଓ ବଳାତ୍କାର ମାମଲାରେ କୁଲଦୀପ ସିନେଗାରଙ୍କୁ ଆଜୀବନ କାରାଦଣ୍ଡ

Ratnamani Maharana

ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲା ମା’, ଅସ୍ତ୍ରୋପଚାର ଶେଷ ହେବାପର୍ଯ୍ୟନ୍ତ ମା’କୁ ଜାବୁଡ଼ି ଧରିଥିଲା ଛୁଆ କୋଆଲା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More