ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଅମ୍ବାନୀ ପରିବାରରେ ଉତ୍ସବର ମାହୋଲ। ଏ ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଜନେସ୍ ଟାଇକୁନ୍ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି।
ଅମ୍ବାନୀ ପରିବାରରେ ଉତ୍ସବର ମାହୋଲ। ଏ ଭିତରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ବିଜନେସ୍ ଟାଇକୁନ୍ ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଶେଷ ହୋଇଛି। ବହୁତ ଜଲ୍ଦି ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଅନନ୍ତ ଓ ତାଙ୍କ ଭାବୀ ପତ୍ନୀ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ଉତ୍ସବର ଫଟୋ ସାମ୍ନାକୁ ଆସିଛି। ସେମାନଙ୍କ ରୋକା ସେରିମନି ରାଜସ୍ଥାନର ଶ୍ରୀନାଥଜୀ ମନ୍ଦିରରେ ସମ୍ପନ୍ନ ହୋଇଛି। ତେବେ ଅନନ୍ତ ଓ ରାଧିକାଙ୍କ ବିବାହ କେବେ ହେବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଦୁହେଁ ପରସ୍ପରକୁ ଅନେକ ବର୍ଷ ହେବ ଜାଣିଛନ୍ତି। ରାଧିକାଙ୍କୁ ଅମ୍ବାନୀ ପରିବାରର ପ୍ରତ୍ୟେକ ପାରିବାରିକ ଉତ୍ସବରେ ଦେଖାଯାଇଥାଏ। ଏବେ ବହୁତ ଜଲ୍ଦି ରାଧିକା ଅମ୍ବାନୀ ପରିବାରର ସାନ ବୋହୂ ହେବାକୁ ଯାଉଛନ୍ତି।
ରାଧିକା, ଭିରେନ ମର୍ଚାଣ୍ଟ ଓ ଶୈଲା ମର୍ଚାଣ୍ଟଙ୍କର ଝିଅ। ଭିରେନ୍ ଏନକୋର୍ ହେଲ୍ଥକେୟାରର ସିଇଓ। ସେ ଭାରତର ଧନୀ ଶ୍ରେଣୀରେ ଗଣାଯାଇ ଥାଆନ୍ତି। ରାଧିକା ନିଜର ସ୍କୁଲ ପାଠପଢ଼ା ମୁମ୍ବାଇରେ ଶେଷ କରିବା ପରେ ହାୟର୍ ଷ୍ଟଡି ପାଇଁ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିରେ ଅଧ୍ୟୟନ କରିଥିଲେ। ସ୍ନାତକ ପୂରା କରିବା ପରେ ୨୦୧୭ରେ ଇସ୍ପ୍ରାଭା ଟିମ୍ରେ ଜଣେ ସେଲ୍ସ ଏକ୍ସିକ୍ୟୁଟିଭ ରୂପେ ଜଏନ୍ କରିଥିଲେ। ରାଧିକାଙ୍କୁ ରିଡିଙ୍ଗ୍, ଟ୍ରାକିଙ୍ଗ୍ ଏବଂ ସ୍ୱିମିଙ୍ଗ୍ କରିବା ପସନ୍ଦ। ଏଥି ସହିତ ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଭାବେ ଜଣାଶୁଣା।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।