Entertainment

ରାଇଜିଂ ଷ୍ଟାର’ ଟପ-୬ରେ ଅନନ୍ୟା

Ann

କଲର୍ସ ଟିଭିରେ ପ୍ରସାରିତ ରାଇଜିଂ ଷ୍ଟାର’ ସିଜିନ-୩ର ଓଡିଶାର ପ୍ରତିଯୋଗୀ ତଥା ସଂଗୀତ ଜଗତର ଅନନ୍ୟ ପ୍ରତିଭା ଅନନ୍ୟା ଶ୍ରୀତମ ନନ୍ଦଙ୍କୁ  ବିପୁଳ ସଂଖ୍ୟାରେ ଭୋଟ ଦେଇ ଶୀର୍ଷରେ ପହଞ୍ଚାଇବାକୁ ଆଜି ସାଂସ୍କୃତିକ ଅନୁଷ୍ଠାନ ସ୍ବରାଭିଷେକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି। ଅନନ୍ୟାଙ୍କୁ ଭୋଟ କରିବା ପାଇଁ ନିଜ ନିଜ ଫୋନରେ ପ୍ଳେ ଷ୍ଟୋରରୁ ଭୋଟ ଆପ ଡାଉନଲୋଡ କରିବାକୁ ହେବ। ଯେହେତୁ ରାଇଜିଙ୍ଗ ଷ୍ଟାର’ ହେଉଛି ଏକ ଲାଇଭ ରିଆଲିଟି ସୋ ସେଥିପାଇଁ ଅନନ୍ୟା ଗାଉଥିବା ସମୟରେ ହିଁ ଲାଇଭ ଭୋଟିଂ କରିବାକୁ ପଡିବ।

ବର୍ତ୍ତମାନ ଅନନ୍ୟା ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ରହିଛନ୍ତି। ଆଉ ଗୋଟିଏ ସପ୍ତାହ ପରେ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ବର୍ତ୍ତମାନ ଅନନ୍ୟା ଭୋଟ ଦ୍ଵାରା ହିଁ ଆଗକୁ ଯାଇପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନନ୍ୟାଙ୍କ ପିତା ପ୍ରସନ୍ନ ନନ୍ଦ,କଣ୍ଠଶିଳ୍ପୀ ଶ୍ରୀନିବାସ ରାଓ, ଅନନ୍ୟାଙ୍କ ଆଦ୍ୟ ଗୁରୁ ନୀଳମଣି ଓଝା ଓ ସନ୍ତୋଷ କୁମାର କର ଉପସ୍ଥିତ ଥିଲେ।

ପଢନ୍ତୁ: ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର

Related posts

ବ୍ୟୟବହୁଳ ସିନେମା ‘ରାମାୟଣ’ ଆରମ୍ଭ ହେବ, ଏହାର ବଜେଟ୍‌ ୫୦୦ କୋଟି

ENO Beuro

Odisha Girl Padmalaya Nanda To Represent India As Little Miss World Finalist -2017

ENO Beuro

ଶ୍ରୀଦେବୀଙ୍କ ଶେଷ ଇଛା

ENO Beuro

Leave a Comment