News

ପଦ୍ମଭୂଷଣ ତଥା ସଙ୍ଗୀତକାର ଅନ୍ନପୂର୍ଣ୍ଣା ଦେବୀଙ୍କ ପରଲୋକ

anarpurna

ପଦ୍ମଭୂଷଣ ତଥା ସଙ୍ଗୀତକାର ଅନ୍ନପୂର୍ଣ୍ଣା ଦେବୀଙ୍କ ହସ୍ପିଟାଲରେ ପରଲୋକ ହୋଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଆଲ୍ଲାଉଦ୍ଦିନ ଖାନଙ୍କ ସେ ସୁପୁତ୍ରି ତଥା ଶିଷ୍ୟା ଥିଲେ।

anarpurna

ପଦ୍ମଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କର ଜନ୍ମ ୧୯୨୭ ମସିହାରେ ମଧ୍ୟ ପ୍ରଦେଶର ମୈହର ସହରରେ ହୋଇଥିଲା। ସେ ଉସ୍ତାଦ୍‌ ଅଲ୍ଲାଉଦ୍ଦିନ୍‌ ଖାନଙ୍କଠାରୁ ସଂଗୀତ ଶିକ୍ଷା କରିଥିଲେ। ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କ ଭିତରେ ଆଶିଷ ଖାନ୍‌, (ସରୋଦ୍‌), ଅମିତ ଭଟ୍ଟାଚାର୍ଯ୍ୟ (ସରୋଦ୍‌), ବାହାଦୁର ଖାନ୍‌ (ସରୋଦ୍‌), ବସନ୍ତ କାବରା(ସରୋଦ୍‌), ଏବଂ ହରି ପ୍ରସାଦ ଚୌରାସିଆ (ବଂଶୀ) ପ୍ରମୁଖ।

ମୃତ୍ୟୁବେଳକୁ ଅନ୍ନପୂର୍ଣ୍ଣା ଦେବୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଅନ୍ନପୂର୍ଣ୍ଣା ଦେବୀଙ୍କର ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

ପଢନ୍ତୁ; ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

ENO Beuro

ଆଜି ସକାଳୁ ଭୁବନେଶ୍ଵର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ENO Beuro

ଆଜି ମାଲକାନଗିରିରେ ସ୍ଵତନ୍ତ୍ର ବସରେ ରୋଡ ସୋ କରିବେ ନବୀନ

Ratnamani Moharana

Leave a Comment