Loading...

ମହାଦେବ ଅନଲାଇନ ଗେମିଂ ମାମଲା: ଇଡିକୁ ମେଲରେ ଦୁଇ ସପ୍ତାହ ସମୟ ମାଗିଲେ ରଣବୀର

ମହାଦେବ ଅନଲାଇନ ଗେମିଂ ମାମଲା: ଇଡିକୁ ମେଲରେ ଦୁଇ ସପ୍ତାହ ସମୟ ମାଗିଲେ ରଣବୀର

ମହାଦେବ ଅନଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ରଣବୀର କପୁରଙ୍କ ନିକଟକୁ ସମନ ପଠାଇଥିଲା, ଯେଉଁଥିରେ ଅଭିନେତା ଏକ ଉତ୍ତର ପଠାଇଛନ୍ତି।

ମହାଦେବ ଅନଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ରଣବୀର କପୁରଙ୍କ ନାମ ଆସିଥିଲା। କୁହାଯାଉଥିଲା ଯେ ଅନ୍‌ ଲାଇନ ଗେମିଂ ଆପ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ଅନେକ ଅଭିନେତା ଯୋଗ ଦେଇଥିଲେ। ଯେଉଁମାନଙ୍କ ଉପରେ ହାୱାଲା ଜରିଆରେ ଅନେକ ସେଲିବ୍ରେଟଙ୍କୁ ଟଙ୍କା ଦେଇଥିବାର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ଇଡି ରଣବୀର କପୁରଙ୍କ ନିକଟକୁ ସମନ ପଠାଇଥିଲା, ଯେଉଁଥିରେ ଅଭିନେତା ଏକ ଉତ୍ତର ପଠାଇଛନ୍ତି।

ରଣବୀର କପୁର ମହାଦେବ ଅନ୍‌ ଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ଇଡିରୁ ସମୟ ମାଗିଛନ୍ତି। ସେ ଦୁଇ ସପ୍ତାହ ସମୟ ମାଗିଛନ୍ତି। ଇଡି ରଣବୀର କପୁରଙ୍କୁ ଶୁକ୍ରବାର ସକାଳ ୧୦ଟାରେ ହାଜର ହେବାକୁ କହିଥିଲେ। ରଣବୀର କପୁର ଦୁଇ ସପ୍ତାହ ସମୟ ମାଗି ଇଡିକୁ ଏକ ମେଲ ଲେଖିଛନ୍ତି। ଏହା ପଛରେ ଅଭିନେତା ବ୍ୟକ୍ତିଗତ ପାରିବାରିକ କାରଣ ଏବଂ ପୂର୍ବ ପ୍ରତିଶ୍ରୁତିଗୁଡିକ ଉଲ୍ଲେଖ କରିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.