News

ମୁମ୍ବାଇ:ଅନ୍ଧେରୀରେ ଫୁଟ ଓଭର ବ୍ରିଜ ସ୍ଳାବ ଖସି, ରେଳ ଚଳାଚଳ ବାଧାପ୍ରାପ୍ତ

By ENO Beuro

July 03, 2018

ଭୁଶୁଡ଼ି ପଡ଼ିଲା ଓଭରବ୍ରିଜ୍‌

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନ୍ଧେରୀ ଇଲାକାରେ ଏକ ବ୍ରିଜ୍ ଭୁଶୁଡି ପଡିଛି। ଅନ୍ଧେରୀ ଇଷ୍ଟ-ଓ୍ୱେଷ୍ଟକୁ ଯୋଗାଯୋଗ କରୁଥିବା ଗୋଖଲେ ବ୍ରିଜଟି ଭୁଶୁଡିପଡିଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଆଜି ସକାଳୁ ବ୍ରିଜଟି ଭୁଶୁଡିଥିବାର ଜଣାପଡିଛି। ତେବେ ଏଥିରେ ଅନେକ ଆହତ ହୋଇଛନ୍ତି।

ଦମକଳ ବାହିନୀର ୪ଟି ଗାଡ଼ି ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିପାଇଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖନାକୁ ପଠାଯାଇଛି। ଏ ପର୍ଯ୍ୟନ୍ତ ମୃତଙ୍କ ସଂପର୍କରେ କିଛି ସୂଚନା ମିଳି ନାହିଁ । ତେବେ ୧୦ରୁ ୧୫ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି।

ପଢନ୍ତୁ; ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ