News

ପରକୀୟା ପ୍ରୀତି ହେଲା କାଳ,ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା

ଆନ୍ଧ୍ର ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆନ୍ଧ୍ର ବ୍ୟାଙ୍କ ମୁଣ୍ଡମରାଇ ବ୍ରାଞ୍ଚ କ୍ୟାସିୟର ବିନାୟକ ବେହେରା। ପରକୀୟା ପ୍ରୀତିକୁ ନେଇ କିଛି ଲୋକେ ତାଙ୍କୁ ପିଟିପିଟି ମାରିଥିବା ସୂଚନା ମିଳିଛି।

ଆସ୍କାର ଏକ ଜଙ୍ଗଲ ଭିତରୁ ମିଳିଛି ଆନ୍ଧ୍ର ବ୍ୟାଙ୍କ୍ କ୍ୟାସିୟରଙ୍କ ମୃତଦେହ । ମୃତ କ୍ୟାସିୟର ଜଣଙ୍କ ଧରାକୋଟ ଥାନା ମୁଣ୍ଡମରାଇ ଗାଁର ବିନାୟକ ବେହେରା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଛତ୍ରପୁର ଅଞ୍ଚଳର ବିନାୟକ ବେହେରା (୨୭ ବର୍ଷ) ନାମକ ଜଣେ ଯୁବକ ଧରାକୋଟ୍ ଥାନା ଅନ୍ତର୍ଗତ ମୁଣ୍ଡମରେଇସ୍ଥିତ ଆନ୍ଧ୍ରା ବ୍ୟାଙ୍କରେ କ୍ୟାସିୟର ଥିଲେ। ଆଜି ସକାଳୁ ମୁଣ୍ଡମରେଇ ପାହାଡ଼ ନିକଟରେ ବିନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ଅତି ବୀଭତ୍ସଭାବେ ହତ୍ୟା କରାଯାଇଛି।

ଘଟଣାସ୍ଥଳରେ ଏସଡିପିଓ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପାଟିରୁ ରକ୍ତ ନିର୍ଗତ ହେଉଥିବା ସହ ଆଖି ନିକଟରେ ମାଡ ଚିହ୍ନ ଦେଖି ପଥରରେ ତାଙ୍କୁ ଛେଚି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିବା ଜଣାପଡିଛି । ବିନାୟକ ମୁଣ୍ଡମରାଇର ହୋଇଥିବାବେଳେ ସେ ଆସିକାରେ ବେଳେବେଳେ ଏକ ଭଡାଘରେ ରହୁଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି।

 

ପଢନ୍ତୁ; ଆଜି କେନ୍ଦ୍ରାପଡ଼ା ବନ୍ଦ,ସହରରେ ୧୪୪ ଧାରା, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Related posts

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ

ENO Beuro

Odisha Legislative Assembly Today Passed The Odia University Bill

ENO Beuro

ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌,୧୩ ଛାତ୍ରଛାତ୍ରୀ ମୃତ!

ENO Beuro

Leave a Comment