ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଓଡ଼ିଶାରେ ଶିକ୍ଷକତା ପାଇଁ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ଅବୈଧ ନୁହେଁ। ଆନ୍ଧ୍ର ପ୍ରଦେଶ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍ ପାଠ୍ୟକ୍ରମର କୃତୀ ଛାତ୍ରଛାତ୍ରୀ ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଚାକିରି କରିପାରିବେ।
ଓଡ଼ିଶାରେ ଶିକ୍ଷକତା ପାଇଁ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ଅବୈଧ ନୁହେଁ। ଆନ୍ଧ୍ର ପ୍ରଦେଶ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍ ପାଠ୍ୟକ୍ରମର କୃତୀ ଛାତ୍ରଛାତ୍ରୀ ଓଡ଼ିଶାର ସରକାରୀ ବିଦ୍ୟାଳୟରେ ଚାକିରି କରିପାରିବେ। ମାତ୍ର ସେମାନଙ୍କ ଲାଗି କିଛିଟା ସର୍ତ୍ତ ରଖାଯାଇଛି। ପ୍ରାଥମିକ ବିଦ୍ୟାଳୟରେ ଚାକିରି ଲାଗି ବିଏଡ୍ ସାର୍ଟିଫିକେଟ୍ଧାରୀଙ୍କୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଏବଂ ମାଧ୍ୟମିକ ବିଦ୍ୟାଳୟ ପାଇଁ ସେମାନଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି)ରେ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ। ନ ହେଲେ ସରକାରୀ ସ୍କୁଲରେ ଚାକିରି କରିପାରିବେ ନାହିଁ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗ ଆହୁରି କହିଛି ଯେ ଆନ୍ଧ୍ରପ୍ରଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ନାଗାର୍ଜୁନ ବିଶ୍ବବିଦ୍ୟାଳୟରୁ ବିଏଡ୍ ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବୈଧ ଘୋଷଣା କରାଯାଇ ପାରିବ ନାହିଁ। ଏନେଇ ଆଇନରେ କୌଣସି ବ୍ୟବସ୍ଥା ହିଁ ନାହିଁ। ଯଦି କୌଣସି ସାର୍ଟିଫିକେଟ୍ ନକଲି ହୋଇଥିବ ତେବେ ତାହାକୁ ଅବୈଧ ଘୋଷଣା କରାଯାଇପାରେ। ଆନ୍ଧ୍ର ପ୍ରଦେଶ ଓ ନାଗାର୍ଜୁନ ବିଶ୍ବବିଦ୍ୟାଳୟ ବିଏଡ୍ ସାର୍ଟିଫିକେଟ୍କୁ ଅବୈଧ ଘୋଷଣା କରିବାକୁ ରଶ୍ମି ରଞ୍ଜନ ଆଚାର୍ଯ୍ୟ ନାମକ ଜୈନିକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ବାରସ୍ଥ ହୋଇଥିଲେ। ଯାହାକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗଠାରୁ ରିପୋର୍ଟ ତଲବ କରାଯାଇଥିଲା। ଏନେଇ ବିସ୍ତୁତ ଆଲୋଚନା ପରେ ବିଭାଗ ପକ୍ଷରୁ ଅଭିଯୋଗ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡିଙ୍କୁ ଏନେଇ ଅବଗତ କରାଯାଇଛି।୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶାରେ ବିଏଡ୍ ନାମଲେଖା ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ରାଜ୍ୟର ୨୮ ଉଚ୍ଚ ଶିକ୍ଷାନୁଷ୍ଠାନର ୨୬୫୦ ବିଏଡ୍ ସିଟ୍ରେ ନାମଲେଖା ହେବା ନେଇ ପ୍ରଥମେ ବିଜ୍ଞପ୍ତି ଜାରି ହୋଇଥିଲା। ଯେଉଁଥିପାଇଁ ୧ ଲକ୍ଷ ୩ ହଜାର ୬୮୪ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ମାତ୍ର ଶେଷ ମୂହୁର୍ତ୍ତରେ ରାଜ୍ୟ ସରକାରଙ୍କ ଉପରେ ନ୍ୟାସନାଲ କାଉନସିଲ୍ ଫର୍ ଟିଚର ଏଜୁକେସନ(ଏନ୍ସିଟିଇ) ଛାଟ ବାଜିବା ପରେ ସବୁ କିଛି ବିଗିଡ଼ି ଯାଇଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ଦର୍ଶାଇ ରାଜ୍ୟର ୮ଟି କଲେଜରେ ବିଏଡ୍ ପାଠ୍ୟକ୍ରମକୁ ଅନୁମତି ମିଳିନି। ଚଳିତ ବର୍ଷ ଲାଗି ୨୦ଟି ଶିକ୍ଷାନୁଷ୍ଠାନର ମାତ୍ର ଏକ ହଜାର ସିଟ୍ରେ ନାମଲେଖା ଲାଗି ଅନୁମତି ମିଳିଛି। ତାହାକୁ ଆଧାର କରି ସାମ୍ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଚାଲିଥିବା ବେଳେ ଏବେ ତାହାକୁ ହଠାତ୍ ସ୍ଥଗିତ ରଖାଯାଇଛି। ଏସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କୌଣସି ସୂଚନା ଦିଆଯାଉ ନ ଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ତେଣୁ ଗତ ଦୁଇ ବର୍ଷ ପରି ଏଥର ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ର ପ୍ରଦେଶ ଓ ନାଗାର୍ଜୁନ ବିଶ୍ବବିଦ୍ୟାଳୟରେ ବିଏଡ୍ କରିବାକୁ ଆବେଦନ କରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।