News

ଆନ୍ଧ୍ର-ଓଡିଶା ମିଳିତ ରଣନୀତି: ମାଓ କ୍ୟାମ୍ପ ଧ୍ଵଂସ ଯୋଜନା ପ୍ରସ୍ତୁତ

andra

ଆନ୍ଧ୍ର-ଓଡିଶା ସୀମାରେ ମାଓବାଦି କିଛି ଦିନ ତଳେ ଘଟାଇଥିଲେ ବର୍ବରକାଣ୍ଡ। ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀ ଦମନ ନେଇ ରାଜଧାନୀରେ ଦୁଇ ରାଜ୍ୟର ପୁଲିସ ମୁଖ୍ୟଙ୍କ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଅପରାହ୍ଣରେ ଅନୁଷ୍ଠିତ ଏହ ବୈଠକରେ ଦୁଇ ରାଜ୍ୟର ପୁଲିସ ମହାନିର୍ଦେଶକଙ୍କ ସମେତ ବରିଷ୍ଠ ଗୁଇନ୍ଦା ଏବଂ ମାଓ ଅପରେସନ୍‍ର ଅଧିକାରୀ ଉପସ୍ଥିତ ଥିଲେ। ଉଭୟ ରାଜ୍ୟ ସୀମାରେ ଭିତ୍ତିଭୂମିକୁ ମଜଭୁତ କରିବା ସହ ପୁଲିସ ଓ ଗୁଇନ୍ଦା ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅପରେସନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଖବର ଆଦାନପ୍ରଦାନ ପାଇଁ ଆଲୋଚନା ହୋଇଛି। ଦୁଇ ରାଜ୍ୟର ମାଓ ଦମନ ସଂକ୍ରାନ୍ତ ଆଲୋଚନା ସଫଳ ହୋଇଛି ବୋଲି ବୈଠକ ଶେଷରେ ଦୁଇ ରାଜ୍ୟର ଡିଜିପି ସୂଚନା ଦେଇ କହିଛନ୍ତି।

andra

କିଛିଦିନତଳେ ଆନ୍ଧ୍ରରେ ଜଣେ ବିଧାୟକଙ୍କ ସମେତ ଦୁଇ ଜଣ ଟିଡିପି ନେତାଙ୍କୁ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣା ପରେ ଓଡ଼ିଶା-ଆନ୍ଧ୍ର ପୁଲିସର ଆତ୍ମ ବିଶ୍ଵାସ ଦୋହଲିଯାଇଛି। ସେଥିପାଇଁ ଉଭୟ ରାଜ୍ୟ ନକ୍ସଲଙ୍କ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶେଷ କରି ଗୁଇନ୍ଦା ସୂଚନା ଆଦାନପ୍ରଦାନ ସହ ସୀମାରେ ସୁରକ୍ଷା କର୍ମୀଙ୍କ ମୁତୟନ ଓ କଟଅଫ୍‌ ଏରିଆରେ ସମନ୍ୱିତ ନକ୍ସଲ ମୁକାବିଲା ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ‌ବୈଠକରେ ଆନ୍ଧ୍ର ପୁଲିସ ଡିଜି ଆର୍‌ପି ଠାକୁର, ଏଡିଜି ‌ଭେଙ୍କଟେଶ୍ବର ରାଓ, ନଳିନୀ ପ୍ରଭାତ, ବି ଶ୍ରୀନିବା ରାମଲୁ, ଓଡ଼ିଶା ପୁଲିସ ପକ୍ଷରୁ ଗୁଇନ୍ଦା ନିଦେର୍ଶକ ସୁନୀଲ ରଏ, ଆର୍‌ପି କୋଚେ, ଆରକେ ଶର୍ମା, ଘନଶ୍ୟାମ ଉପାଧ୍ୟାୟ, ଆଶିଷ ସିଂହ, ଅନିରୁଦ୍ଧ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ;ଓଡିଶାକୁ ଆସୁଛି ଲଘୁଚାପ ,୧୦ରୁ ବର୍ଷା

Related posts

ପାକିସ୍ତାନରେ ନିର୍ବାଚନ ଲଢିବେ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ଭଉଣୀ

ENO Beuro

The Odisha Government Has Decided To Open 30 New Courts To Solve Pending Cases

ENO Beuro

ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର

ENO Beuro

Leave a Comment