EnewsOdia.Com

ଟଳିଲା ଆନ୍ଧ୍ରପ୍ରଦେଶ ରାଜଧାନୀ ନିଷ୍ପତ୍ତି

ଆନ୍ଧ୍ରପ୍ରଦେଶର ଜଗନମୋହନ ସରକାରଙ୍କ ରାଜଧାନୀ ସମ୍ପର୍କିତ ନିଷ୍ପତ୍ତି ବର୍ତ୍ତମାନ ଲାଗି ଟଳିଛି। ଏ ନେଇ ଶୁକ୍ରବାର ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶେଷଜ୍ଞ କମିଟି ରିପୋର୍ଟ ସହ  ଅନ୍ତର୍ଜୀତାୟ କନସଲଟାନ୍ସୀ କମ୍ପାନୀର ରିପୋର୍ଟକୁ ତର୍ଜମା କରିବା ପରେ ମନ୍ତ୍ରୀମଣ୍ଡଳ ନୂଆ ରାଜାଧାନୀ ଲାଗି ନିଷ୍ପତ୍ତି କରିବେ ବୋଲି କହିଛନ୍ତି। ସରକାର ନିଯୁକ୍ତ କରିଥିବା ଅନ୍ତର୍ଜାତୀୟ କନସଲଟାନ୍ସି କମ୍ପାନୀ ବୋଷ୍ଟନ କନସଲ୍ଟିଂ ଗ୍ରୁପ (ବିସିଜି)ଙ୍କ ରିପୋର୍ଟକୁ ଅପେକ୍ଷା କରିବାକୁ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପି.ଭେଙ୍କଟ ରମୈୟା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅମରାବତୀକୁ ରାଜଧାନୀ କରିବା ଲାଗି ଚାଷୀ ସେମାନଙ୍କ ଉର୍ବର ଜମି ସରକାରଙ୍କୁ ଦେଇଛନ୍ତି। ଏଣୁ ରାଜଧାନୀ ସମ୍ପର୍କିତ କୌଣସି ନିଷ୍ପତ୍ତି ନିଆଯିବା ପୂର୍ବରୁ ପ୍ରଥମେ ଚାଷୀଙ୍କ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରମୈୟା କହିଛନ୍ତି।

ପଢନ୍ତୁ: ୨୦୨୦ ପହିଲାରୁ ବଦଳୁଛି ଏହିସବୁ ନିୟମ

 

ସମ୍ବନ୍ଧିତ ଖବର

ଦଳରେ ଗୌଣ ହେଉଛନ୍ତି ବିଧାୟକ-ମନ୍ତ୍ରୀ, ସିଏମଓ ଏବେ ସବୁକିଛି

Ratnamani Maharana

୨ ଦିନିଆ କୋଲକାତା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

Ratnamani Maharana

ନିଜ ଟ୍ୱିଟରେ ନିଜେ ଫସିଲେ ଅମିତ ଶାହା

Ratnamani Maharana

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

Ratnamani Maharana

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

Ratnamani Maharana