Loading...

ଆନ୍ଧ୍ର ନକ୍ସାରେ ଯୋଡି ହେଲା ୧୩ ନୂଆ ଜିଲ୍ଲା

ଆନ୍ଧ୍ର ନକ୍ସାରେ ଯୋଡି ହେଲା ୧୩ ନୂଆ ଜିଲ୍ଲା

ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା । ଆଜି (ସୋମବାର) ସରକାରୀ ଭାବେ ଏହି ନୂତନ ଜିଲ୍ଲା ଗୁଡିକ ରାଜ୍ୟ ରାଜସ୍ବ ମାନଚିତ୍ରରେ ଆତ୍ମପ୍ରକାଶ କରାଯାଇଛି । ଆଜି ଗୁଣ୍ଟୁର ଜିଲ୍ଲା ତାଡେପଲ୍ଲୀରୁ ଭିଡିଓ କନଫରେନ୍ସି ଜରିଆରେ ନୂଆ ୧୩ ଜିଲ୍ଲା ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ।

ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା । ଆଜି (ସୋମବାର) ସରକାରୀ ଭାବେ ଏହି ନୂତନ ଜିଲ୍ଲା ଗୁଡିକ ରାଜ୍ୟ ରାଜସ୍ବ ମାନଚିତ୍ରରେ ଆତ୍ମପ୍ରକାଶ କରାଯାଇଛି । ଆଜି ଗୁଣ୍ଟୁର ଜିଲ୍ଲା ତାଡେପଲ୍ଲୀରୁ ଭିଡିଓ କନଫରେନ୍ସି ଜରିଆରେ ନୂଆ ୧୩ ଜିଲ୍ଲା ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଏହାକୁ ମିଶାଇ ରାଜ୍ୟରେ ମୋଟ ଜିଲ୍ଲା ସଂଖ୍ୟା 26କୁ ବୃଦ୍ଧି ପାଇଛି ୧୩ ନୂଆ ଜିଲ୍ଲା ଗୁଡିକ ହେଲା ବିଜୟନଗରମ, ବିଶାଖାପଟ୍ଟନମ, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, ଗୁଣ୍ଟୁର, କୁର୍ଣ୍ଣଲ, ଅନନ୍ତପୁର, ଚିତ୍ତୋର,କଡପା ଏବଂ କ୍ରିଷ୍ଣା ଜିଲ୍ଲାର ବିଭାଜନ ହୋଇ ନୂଆ ଜିଲ୍ଲା ସୃଷ୍ଟି ହୋଇଛି । ନବଗଠିତ ଜିଲ୍ଲାଗୁଡିକରେ ଏସପି ଜିଲ୍ଲାପାଳଙ୍କ ସମେତ ଅନ୍ୟ ଆଇଏସ ଓ ଆଇପିଏସଙ୍କ ନିଯୁକ୍ତି ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

 

 

କେଉଁ ଜିଲ୍ଲାରେ କେଉଁ ଜିଲ୍ଲାପାଳ ଓ ଏସପି ରହିବେ ଏ ନେଇ ରାଜ୍ୟ ସରକାର ବିବରଣୀ ଜାରି କରି ସାରିଛନ୍ତି । ବିଶାଖାପଟନମ ଜିଲ୍ଲା ୩ ଭାଗ ହୋଇ ଅନକପଲ୍ଲି ଏବଂ ଅଲ୍ଲୁରି ସୀତାରାମ ନାମକ ଦୁଇଟି ଜିଲ୍ଲା ହୋଇଛି । ସେହିପରି ପଶ୍ଚିମ ଗୋଦାବରୀ ୨ ଭାଗ ହୋଇ କାକିନଡା ଏବଂ କୋନସୀମା ନାମକ ୨ଟି ଜିଲ୍ଲା ଗଠନ ହୋଇଛି । ଗୁଣ୍ଟୁର ଜିଲ୍ଲାରୁ ପାଲାନାଡୁ ଏବଂ ବାପତ୍ଲା ନାମକ ଜିଲ୍ଲା ଗଠନ ହୋଇଛି । ଆନ୍ଧ୍ରପ୍ରଦେଶ ୨୦୧୪ରେ ଦୁଇଟି ଅଲଗା ରାଜ୍ୟ ଭାବେ ବିଭକ୍ତ ହୋଇଥିଲା । ତେଲେଙ୍ଗାନା ଭାବେ ନୂଆ ରାଜ୍ୟ ଗଢି ଉଠିଥିଲା । ସେବେଠୁ ଆନ୍ଧ୍ରର ଜିଲ୍ଲାକୁ ଭାଗ ଭାଗ କରାଯାଇନଥିଲା । ତେବେ ପ୍ରଶାସନିକ କାର୍ଯ୍ୟକଳାପ ସହଜ ପାଇଁ ମୁଖ୍ୟମନ୍ତ୍ରୀ ଜଗନ ଏବେ ୧୩ଟି ଜିଲ୍ଲାକୁ ୨୬ଟିରେ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଜାନୁଆରୀରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ଆନ୍ଧ୍ର ସରକାର ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.