News

କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କୃଷ୍ଣା ନଦୀରେ ଡଂଗା ବୁଡି ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ଜଣଙ୍କର ଏବେବି ପତ୍ତା ମିଳୁନି । ଏବେପର୍ଜ୍ୟନ୍ତ ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

କୃଷ୍ଣା ଜିଲାର ଇବ୍ରାହିମପଟନମରେ ଏହି ଦୁର୍ଘଟଣା ଘଟିଛି । ପୋଲିସର ସୁଚନାମୁତାବକ ପ୍ରାୟ ୪୦ ଜଣ ପର୍ଯ୍ୟଟକ ଭବାନୀ ଦ୍ୱୀପରୁ ଇବ୍ରାହିମପାଟନମ୍‌ର ପବିତ୍ର ସଙ୍ଗମ ଅଭିମୁଖେ ଯାଉଥିବା ବେଳେ ନୌକାଟି ନଦୀରେ ବୁଡ଼ି ଯାଇଥିଲା । ପିକନିକ କରିବାକୁ ଲୋକମାନେ ନଦୀର ଆରପଟକୁ ଯାଇଫେରୁଥିଲେ । ତେବେ ଗୋଦାବରୀ ନଦୀ ଓ କୃଷ୍ନା ନଦୀର ମିଳନସ୍ଥଳରେ ପ୍ରବଳ ପାଣି ଥିବାରୁ ଏହି ଦୁର୍ଘଟଣା ଘଟିଛି ।

ମୃତାହତଙ୍କ ମଧ୍ୟରୁ ଅଧିକାଂଶ ପ୍ରକାଶମ ଜିଲ୍ଲା ଓଙ୍ଗୋଲ ଅଞ୍ଚଳର। ନିଖୋଜ ମାନଙ୍କୁ ଉଦ୍ଧାର ଲାଗି ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି।

ପୋଲିସ ପକ୍ଷରୁ କୁହାଯାଇଛି ଯେ ଦୁଇ ନଦୀର ମିଳନସ୍ଥଳ ଦେଖିବାକୁ ଲୋକମାନେ ଡଂଗାର ସାମନାପଟକୁ ଏକାସଂଗେ ଚାଲିଆସିବାରୁ ଏହି ଅଘଟଣ ଘଟିଛି ତେବେ ପର୍ଯ୍ୟଟନ ମନ୍ତ୍ରୀ ଭୁମା ଅଖିଳାପ୍ରିୟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଡଂଗାଟିର ଲାଇସେନସ ଥିଲା ସେ ବାବଦରେ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସଂପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ  କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

ପଢନ୍ତୁ, କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

Related posts

ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

ENO Beuro

ଏନ୍‌ଟିସିଏ ର ବ୍ୟାଘ୍ର ଗଣନା ପ୍ରସ୍ତାବ, ପ୍ରଥମଥର ଲାଗି ଭାରତ, ନେପାଳ ଓ ବାଂଲାଦେଶ ଏକାସହ ହେବେ ସାମିଲ

ENO Beuro

ଜମ୍ମୁ-କଶ୍ମୀର, ହରିୟାଣାରେ ଭୂକମ୍ପ ଝଟକା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More