News

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ନିଆଁ !

ସୁରକ୍ଷିତ ଭାବେ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ଜଳିଗଲା ଏକ୍ସପ୍ରେସ ଟ୍ରେନ । ଦିଲ୍ଲୀରୁ ବିଶାଖାପାଟନା ଯାଉଥିବା ଆନ୍ଧ୍ର ଏକ୍ସପ୍ରେସରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ମଧ୍ୟପ୍ରଦେଶର ଗ୍ୱାଲିୟରର ବିର୍ଲା ଷ୍ଟେସନ ନିକଟରେ ହଠାତ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା । ଏଥିରେ ଟ୍ରେନର ବି-୬ ଓ ବି-୭ କୋଚ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ନିଆଁ ! express train

ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ତେବେ ଏହି ଅଘଟଣରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।  ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଛିଡି ପଡିବାରୁ ଏହି ଅଘଟଣ ଘଟିଥିବା ରେଲଓ୍ବେ ପିଆର୍‌ଓ ମନୋଜ କୁମାର କହିଛନ୍ତି । ଟ୍ରେନରେ ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ସମସ୍ତ ଯାତ୍ରୀ ।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଏହାଛଡ଼ା ରେଳବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ରେଳବିଭାଗର କହିବା ଅନୁଯାୟୀ, ଟ୍ରେନଟି ବିର୍ଲା ନଗର ଷ୍ଟେସନ ପାର କରିବା ମାତ୍ରେ ହିଁ ବଗିରେ ନିଆଁ ଲାଗି ଯାଇଥିଲା । ଫଳରେ ଟ୍ରେନଟିକୁ ସେହିଠାରେ ହିଁ ରୋକି ଦିଆଯାଇଥିଲା ।

ହେଲ୍ପଲାଇନ୍‌ ନମ୍ବର: ବିଶାଖାପାଟଣା ପକ୍ଷରୁ ହେଲ୍‌ପ ଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍‌ପ ଲାଇନ୍ ନମ୍ବର ଗୁଡ଼ିକ ହେଲା – 08912883003, 08912883004, 08912746330, 08912746344।

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ନିଆଁ ! train

ପଢନ୍ତୁ ;

ପେଟ୍ରୋଲ–ଡିଜେଲ ଦର ଆକାଶ ଛୁଆଁ : ୭୫ ଟପିଲାଣି ପେଟ୍ରୋଲ ଦର !

Related posts

ଶଶିକଳାଙ୍କ ସ୍ୱାମୀ ନଟରାଜନଙ୍କ ପରଲୋକ, ୧୫ ଦିନ ପାରୋଲ୍‌ରେ ଯିବାକୁ ଆବେଦନ

Krishna Kumar Manoj

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

Krishna Kumar Manoj

ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ‘ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More