ସାରା ବିଶ୍ୱରେ କରୋନାର ପ୍ରଭାବ ଦେଖିବାକୁ ମିଳୁଛି । ମହାମାରି କରୋନା ଭାଇରସରେ ୫ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ପଡିଛି । ଭାରତରେ ୧୦୦ରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଗହଳି ପୂର୍ଣ୍ଣ ଜାଗାଗୁଡିକୁ ବନ୍ଦ କରିଦିଆଯାଇଛି । ଫିଲ୍ମ ହଲ, ସପିଂ ମଲ, ସ୍କୁଲ, କଲେଜ ଆଦିକୁ ବନ୍ଦ କରିଦିଆଯାଇଛି ।
ତେବେ ବଲିଉଡରେ କରୋନା ଭାଇରସର ପ୍ରଭାବ ପଡିଛି । ବାଗୀ-୩ ଓ ଅଂରେଜି ମିଡିୟମ ଫିଲ୍ମ ଉପରେ କରୋନା ପ୍ରଭାବ ପଡିଛି । ବାଗି-୩ କିଛି ଆୟ କରିଥିବା ବେଲେ ଅଂରେଜୀ ମିଡିୟମ ମାତ୍ର ୩.୫୦ କୋଟି ଟଙ୍କା ଆୟ କରିଛି । ଏହା ପରେ ହଲ ଗୁଡିକ ବନ୍ଦ ହୋଇଯିବାରୁ ଏହାର ଆୟ ଆଉ ବଢିପାରି ନାହିଁ । ତେବେ ଏହି ଫିଲ୍ମକୁ ଆଉଥରେ ରିଲିଜ କରାଯିବ ବୋଲି ଫିଲ୍ମର ନିର୍ଦ୍ଦେଶକ ହୋମି ଅଦାଜାନିଆ ଘୋଷଣା କରିଛନ୍ତି । ହୋମି ନିଜ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି । ଏହା ସହ ହୋମି ଲେଖିଛନ୍ତି ଯେ, କରୋନା ଭାଇରସର ପ୍ରଭାବ କମିଗଲା ପରେ ଅଂରେଜୀ ମିଡିୟମ ଫିଲ୍ମକୁ ପୁଣି ଥରେ ରିଲିଜ କରାଯିବ ।
ପଢନ୍ତୁ: ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି