EnewsOdia.Com

ଅନୁଗୁଳ ବାସୀଙ୍କୁ କଲବଲ କରୁଛି ଶୀତ

ଗତକିଛି ଦିନ ହେବ ସାରା ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେଉଥିବା ଜଣାଯାଇଛି । କାଶ୍ମୀର ଭଳି ଓଡିଶାରେ  ମଧ୍ୟ  ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଘନ କୁହୁଡ଼ି ସାଙ୍ଗକୁ  ଅସମ୍ଭାଳ ଶୀତରେ ଦେହ ହାତ କାଲୁଆ ହୋଇଯାଇଛି । ନୂଆବର୍ଷ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅତ୍ୟଧିକ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ସକାଳେ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ  ହୋଇଥିବାରୁ ଅନୁଗୁଳ ସବୁଠାରୁ ଥଣ୍ଡା ସହର ବିବେଚିତ ହୋଇଛି । କୋହଲା ପବନ ସାଙ୍ଗକୁ  ବର୍ଷର ପ୍ରଥମ ଦୁଇଦିନ ହାଲକା ବର୍ଷା ହେବାର ସମ୍ଭାବନା ଅଛି ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହୁଛି । ଅପରାହ୍ନ ଯାଏ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁ ନଥିବା ବେଳେ ରାତିରେ ପାରଦ ଖସିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ । ବଢ଼ୁଥିବା ଶୀତକୁ ଦେଖି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ଏବଂ  ବର୍ଷା ଛାଡ଼ିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପଢନ୍ତୁ: କମ୍ପିବ ବରଗଡ, ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ସମ୍ବନ୍ଧିତ ଖବର

ପାକିସ୍ତାନରେ ଛପାଯାଉଛି ୨୦୦୦ଟଙ୍କିଆ ନକଲି ନୋଟ୍

Ratnamani Maharana

ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Ratnamani Maharana

ବିରାଟ ଖାଇବେ ଶାଗ, ଛତୁ ଭଜା

Ratnamani Maharana

ଏକା ସାଥିରେ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

Ratnamani Maharana

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ

Ratnamani Maharana

ଯୁକ୍ତ୨ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଇବାକୁ ୨୪ ଘଣ୍ଟା ସମୟ ଦେଲେ ବିଭାଗୀୟ କର୍ତ୍ତୃପକ୍ଷ

Ratnamani Maharana